ବ୍ୟାସକବି ନଗରରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ସମାବେଶ

ବାଲେଶ୍ୱର,(ସରୋଜ ପଣ୍ଡା): ପ୍ରତିବର୍ଷ ଭଳି ଚଳିତ ବର୍ଷ ବ୍ୟାସକବି ନଗର (ଚାନ୍ଦମାରି ପଡ଼ିଆ) ସ୍ଥିତ ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମନ୍ଦିର ପରିସରରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଯାଇଛି। ପାରମ୍ପରିକ ଶୈଳୀରେ କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ ମୁରୁଜ ପ୍ରତିଯୋଗିତା ହୋଇଥିଲା। ଶିଳ୍ପୀ କେଶୁ ଦାସ ଓ ତାଙ୍କ ସାଥୀ ପ୍ରତିଯୋଗୀମାନଙ୍କ କଳାର ମୂଲ୍ୟାୟନ କରିଥିଲେ। ଆସନ୍ତା ଜାନୁଆରୀ ୧୪ ତାରିଖ ଦିନ ବ୍ୟାସକବିଙ୍କ ଜୟନ୍ତୀ ଓ ବିକାଶ ପରିଷଦର ବାର୍ଷିକ ଉତ୍ସବ ଅବସରରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ମଧ୍ୟାହ୍ନରେ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ସହସ୍ରାଧିକ ବ୍ୟକ୍ତି ଯୋଗ ଦେଇଥିଲେ। ବାଲେଶ୍ୱର ବିଧାୟକ ମାନସ ଦତ୍ତଙ୍କ ସମେତ ବାଲେଶ୍ୱରର ବହୁ ବୁଦ୍ଧିଜୀବୀ, ଆଇନଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବିଭିନ୍ନ ବର୍ଗରୁ ସହରର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ଥାନୀୟ ଅଧିବାସୀଙ୍କ ଏକତାକୁ ଉଚ୍ଚ ପ୍ରଶଂସା କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟାସକବି ନଗର ବିକାଶ ପରିଷଦର ସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଦୈତ ମହାନ୍ତି, କୋଷାଧ୍ୟକ୍ଷ ରଜତ ପରିଡ଼ାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ରୟାଲ୍ କ୍ଲବର ସଦସ୍ୟମାନେ ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ରଞ୍ଜନ କୁମାର ଭୋଇ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ