ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ 

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍‌): ବରିଷ୍ଠ ନାଗରିକମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ ବୁଧବାର ପୂର୍ବାହ୍ନରେ ଫକୀରମୋହନ ଗୋଲେଇ ନିକଟସ୍ଥ ନୂତନ କାର୍ଯ୍ୟାଳୟରେ ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ଆଲୋଚନାର ବିଷୟବସ୍ତୁ ଆଗତ କରି ଅଫିସ୍ ପରିଚାଳନା ସଂଗଠନ ଓ ନୂତନ ସଭ୍ୟ ସଂଗ୍ରହ ସଂପର୍କରେ ପ୍ରସ୍ତାବ ଆଗତ କରିଥିଲେ । ପ୍ରସ୍ତାବିତ ଅସହାୟ ବରିଷ୍ଠ ନାଗରିକ, ମାନସିକ ରୋଗୀ ଓ ନିଶାସକ୍ତ ବ୍ୟକ୍ତିମାନଙ୍କୁ ନିଶାମୁକ୍ତ କରାଇବା ସମନ୍ୱିତ ଥଇଥାନ ଯୋଜନା ପାଇଁ ଦହପଡ଼ାରେ ଜିଲ୍ଲା ପ୍ରଶାସନ ତରଫରୁ ଚିହ୍ନଟ କରାଯାଇଥିବା ୨୦ଏକର ପରିମିତ ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସମ୍ପର୍କରେ ବୈଠକରେ ବିଶଦ ଆଲୋଚନା ହୋଇଥିଲା । ବାଲେଶ୍ୱର ପୌରାଞ୍ଚଳରେ ଗତ କିଛିଦିନ ଧରି ଦେଖାଦେଇଥିବା ପରିମଳ ଅବ୍ୟବସ୍ଥାର ତୁରନ୍ତ ସୁଧାର ଆଣିବାପାଇଁ ବୈଠକରେ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ବାଲେଶ୍ୱର ନାରୀସଂଘର ସଭାନେତ୍ରୀ ଗୋପାମୁଦ୍ରା ମହାପାତ୍ରଙ୍କ ଦ୍ୱାରା ଆଗତ ବରିଷ୍ଠ ନାଗରିକମାନଙ୍କର ଅବସର ଓ ଚିତ୍ତବିନୋଦନ କେନ୍ଦ୍ର ପାଇଁ ଏକ ଡେ’ କେୟାର ସେଣ୍ଟର ପ୍ରସ୍ତାବ ଉପରେ ଆଲୋଚନା ହୋଇ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଏକ ସବ-କମିଟି ଗଠନ କରିବା ପାଇଁ ବୈଠକରେ ନିଷ୍ପତ୍ତିଗ୍ରହଣ କରାଯାଇଛି । ଏହି ବୈଠକରେ ଉପସଭାପତି ଧୀରେନ୍ଦ୍ର ନାରାୟଣ ଦାସ, ଭଗବାନ ରାଉତ, ହରମୋହନ ଦାଶ, ଶରତ ଚନ୍ଦ୍ର ଦାଶ ସମେତ ଅର୍ଚ୍ଚନା ନନ୍ଦୀ, ଡ. ପଦ୍ମଲୋଚନ ପାତ୍ର, ରାଜେନ୍ଦ୍ରନାଥ ରାଉତ, ଦେବବ୍ରତ ପାଣିଗ୍ରାହୀ, ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଦେବେନ୍ଦ୍ରନାଥ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ