କେରଳ ଦମ୍ପତ୍ତିଙ୍କ ଶିଶୁକନ୍ୟା ଗ୍ରହଣ

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍‌): କେରଳର ବାସିନ୍ଦା ଏ. ଆମଜାଦ୍ ଖାଁ ଓ ତାଙ୍କ ପତ୍ନୀ ସାଲିନା ଏନ୍‌. ଯାହାଙ୍କର ବର୍ତ୍ତମାନ ଠିକଣା ଏସ୍‌.ଆର୍‌.କେ. ଫ୍ଲାଟ୍ ପାଖ, ହସପିଟାଲ, ଭାଲିକୋଡ଼ା, ନେଦୁମାନଗଡ଼ । ଗୋଟିଏ ପିଲାକୁ ପୋଷ୍ୟକନ୍ୟା ରୂପେ ଗ୍ରହଣ କରିବା ସକାଶ ନିୟମାନୁସାରେ ଅନଲାଇନ୍‌ରେ ପୂର୍ବରୁ ଦରଖାସ୍ତ କରିଥିଲେ । ସେହି ଦରଖାସ୍ତ ଆଧାରରେ ବିଚାର କରାଯାଇ ଆଜି ଉକ୍ତ ଦମ୍ପତ୍ତି ବାଲେଶ୍ୱର ଶିଶୁମଙ୍ଗଳ କମିଟି ଅଧୀନରେ ଥିବା ନିର୍ମଳା ଶିଶୁ ଭବନରେ ରହୁଥିବା ଏକ ଶିଶୁକନ୍ୟା ଯାହାର ବୟସ ଦେଢ଼ବର୍ଷକୁ ପୋଷ୍ୟକନ୍ୟା ରୂପେ ବାଲେଶ୍ୱର ଶିଶୁମଙ୍ଗଳ କମିଟି ଅଫିସରୁ ଗ୍ରହଣ କରିବା ସମୟରେ କମିଟିର ଅଧ୍ୟକ୍ଷ ଭାଗିରଥି ବାରିକ, ସଦସ୍ୟା ଗୌରୀରାଣୀ ଉପାଧ୍ୟାୟ, ସଦସ୍ୟ ପଦ୍ମଲୋଚନ ଦତ୍ତ, ଆଶିଷ କୁମାର ଘୋଷ ତଥା ଗଣେଶ୍ୱର ରାଉତଙ୍କ ସମେତ ଶିଶୁ ସୁରକ୍ଷା ୟୁନିଟ୍‌ର ସତ୍ୟରଞ୍ଜନ ସ୍ୱାଇଁ, ମୁକ୍ତିକାନ୍ତ ପଣ୍ଡା ତଥା ଅଫିସ୍ ସହାୟକ ଦେବାଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ