ବାଲ୍ୟ ବିବାହ ବନ୍ଦକଲେ ପୋଲିସ ପ୍ରଶାସନ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ପୋଲିସ ପ୍ରଶାସନ ଡିସେମ୍ବର ୯ ତାରିଖ ଦିନ ଅନୁଷ୍ଠିତ ଏକ ବାଲ୍ୟ ବିବାହ ବନ୍ଦକରି ନାବାଳିକା ଜଣଙ୍କୁ ବ୍ରହ୍ମପୁର ଚାଇଲଡ ଲାଇନକୁ ହସ୍ତାନ୍ତର କରିଛନ୍ତି। ବୁଗୁଡା ପୋଲିସ ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମର ରାମଚନ୍ଦ୍ର ନାଏକ ଙ୍କ ଝିଅ ପୂଜା ସହ ପୋଲସରା ଥାନା ଅନ୍ତର୍ଗତ ବେଲଗାଁର ପୁଅ ସହ ବେଲଗାଁରେ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ସିଡିପିଓ ରଞ୍ଜିତା ତ୍ରିପାଠୀଙ୍କ ନେତୃତ୍ୱରେ ବାଲିପଦର ଫାଣ୍ଡି ଓଆଇସି ନିରଞ୍ଜନ ଦାଶ ଓ ପୋଲିସ ବାହିନୀ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର ମଲ୍ଲିକ ଙ୍କ ସହଯୋଗରେ ବେଳଗାଁରେ ପହଞ୍ଚି ବିବାହ ବନ୍ଦ କରିବା ସହ ନାବାଳିକା ପୂଜାଙ୍କୁ ବ୍ରହ୍ମପୁର ଚାଇଲଡ ଲାଇନଙ୍କୁ ହସ୍ତାନ୍ତର କରିଛନ୍ତି। ପ୍ରକାଶ ଥାଉକି ଏହି ବିବାହ ଦୁଇ ପରିବାରର ନିଷ୍ପତ୍ତି କ୍ରମେ ହେଉଥିବା ବେଳେ ପୂଜାଙ୍କ ବୟସ ୧୮ ବର୍ଷ ପୂରଣ ପାଇଁ ଆଉ ଅଳ୍ପ ଦିନ ଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ