ବାରଣାସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ଲାଗୁହେଲା ନୂଆନିୟମ
ବାରଣାସୀର- ବାରଣାସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ମକର ସଂକ୍ରାନ୍ତି ଦିନରୁ ଲାଗୁ ହେବ ନୂଆ ନିୟମ ଏଣିକି ଭଗବାନଙ୍କ ସ୍ପର୍ଶ ଦର୍ଶନ ପାଇଁ ମନଇଚ୍ଛା ପୋଷାକ ପିନ୍ଧି ଯାଇ ପାରିବେନି ଭକ୍ତ। ଭଗବାନଙ୍କୁ ଛୁଇଁବାକୁ ଚାହୁଁଥିବା ଭକ୍ତଙ୍କ ପାଇଁ ଏବେ ମନ୍ଦିର ପ୍ରଶାସନ ଡ୍ରେସ୍ କୋର୍ଡର ବ୍ୟବସ୍ଥା କରିବାକୁ ଯାଉଛି । ଏହି ନୟମ ଅନୁସାରେ ଭକ୍ତ ଭଗବାନଙ୍କ ସ୍ପର୍ଶ ଦର୍ଶନ ପାଇଁ ଜିନ୍ସ, ସାର୍ଟ ପିନ୍ଧି ଯାଇପାରିବେ ନାହିଁ। ସ୍ପର୍ଶ ଦର୍ଶନ ପାଇଁ ପୁରୁଷମାନଙ୍କୁ ଧୋତି, କୁର୍ତ୍ତା ଓ ମହିଳାମାନଙ୍କୁ ଶାଢି ପିନ୍ଧିବାକୁ ପଡ଼ିବ। ପାରମ୍ପରିକ ପୋଷାକ ପିନ୍ଧିଥିଲେ ହିଁ କାଶୀ ବିଶ୍ୱନାଥଙ୍କୁ ସ୍ପର୍ଶ କରିପାରିବେ ଭକ୍ତ ।


