ବାସିଙ୍ଗିରେ ମଶାରୀ ବଣ୍ଟନ କାର୍ଯ୍ଯକ୍ରମ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ବାସିଙ୍ଗିରେ ସୋମବାର ଦିନ ମଶାରୀ ବଣ୍ଟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ବାସିଙ୍ଗି ଅଙ୍ଗନବାଡି କେନ୍ଦ୍ର- ୧ ତରଫରୁ୧୦୭ ଟି ପରିବାରକୁ ମଶାରୀ ବଣ୍ଟନ କରାଯାଇଛି ।୨୯ଟି ଜଣ କିଏ ମଶାରୀ ଏବଂ ୭୬୭ ଜଣଙ୍କୁ ଦିଜଣିଆ ମଶାରୀ ବଣ୍ଟନ କରାଯାଇଛି ।ଏହି କାର୍ଯ୍ଯକ୍ରମରେ ଆଶାଦିଦି ବାସନ୍ତୀଲତା ମହାନ୍ତ,ଅଙ୍ଗନବାଡି ଦିଦି କର୍ମା ମାରାଣ୍ଡି, ଜାତି ମୁଣ୍ଡା,ତାରିଣିସେନ ମହାନ୍ତ,ତପନ ବାରିକ ସାମିଲ ପରିଚାଳନାରେ ସହଯୋଗ କରିଥିଲେ ।ସେହିଭଳି ଅଙ୍ଗନବାଡି କେନ୍ଦ୍ର ୨-ତରଫରୁ ମଶାରୀ ବଣ୍ଟନ କାର୍ଯ୍ଯକ୍ରମ କରାଯାଇଛି ।୭୧ ଟି ପରିବାର ମଧ୍ଯରୁ ୧୩୮ଟି ଜଣକିଆ ମଶାରି ଏବଂ ୫୬୪ଟି ଦିଜଣିଆ ମାରୀ ବଣ୍ଟନ କରାଯାଇଛି ।ଏହି କାର୍ଯ୍ଯକ୍ରମରେ ଆଶାଦିଦି ଦାକ୍ଷିଣି ଟୁଡୁ,ଅଙ୍ଗନବାଡି ଦିଦି ସରୋଜିନୀ ଟୁଡୁ,ଶିକ୍ଷକ ବୈଦ୍ୟନାଥ ମହାନ୍ତ,ୱାର୍ଡ ମେମ୍ବର ସୁଭଦ୍ରା ନାଏକ,ଲତା ତାମୁଡିଆ,ସୁକୁରମଣି ନନ୍ଦ,ସୁକୁରା ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ମାରୀ ବଣ୍ଟନ କରୀଥିଲେ ।


