ବିଂଶତମ ପୂଣ୍ୟତିଥିରେ ଜିନ୍ଦଲ ଷ୍ଟିଲ ପକ୍ଷରୁ ଶ୍ରୀ ଓ. ପି. ଜିନ୍ଦଲଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ଯୋଡ଼ା, (ସମୀର କୁମାର ଦାସ):ବିଶିଷ୍ଟ ଶିଳ୍ପପତି ଏବଂ ଓ. ପି. ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବାଉଜୀ ଭାବେ ବେଶ ଲୋକପ୍ରିୟ ଶ୍ରୀ ଓମ ପ୍ରକାଶ ଜିନ୍ଦଲଙ୍କ ବିଂଶତମ ପୂଣ୍ୟତିଥି ଜିନ୍ଦଲ ଷ୍ଟିଲର ବଡ଼ବିଲ ପେଲେଟ ପ୍ଲାଣ୍ଟ, କାଶିଆ ଓ ଟେନସା ମାଇନ୍ସରେ ଶ୍ରଦ୍ଧାର ସହ ପାଳିତ ହୋଇଛି। ମାର୍ଚ୍ଚ ୩୧ ତଥା ତାଙ୍କ ପୂଣ୍ୟ ତିଥିରେ ଜିନ୍ଦଲ ଷ୍ଟିଲର ବିଭିନ୍ନ କାର୍ଯ୍ୟସ୍ଥଳରେ ବିଭିନ୍ନ ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପୂଣ୍ୟତିଥି ପାଳନ ଅବସରରେ କଲୋନି ପରିସର ମନ୍ଦିରରେ ପୂଜା ଓ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବଡ଼ବିଲ ପେଲେଟ ପ୍ଲାଣ୍ଟ ୟୁନିଟ ହେଡ୍ ଶ୍ରୀ ପୁରୁଷୋତ୍ତମ ଏମ ଡି, କାଶିଆ ମାଇନ୍ସ ୟୁନିଟ ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର, ଟେନସା ମାଇନ୍ସ ୟୁନିଟ ହେଡ୍ ଶ୍ରୀ ରଘୁରାଜ ରଘୁବଂଶୀ ଓ ଏଚଆର ଏଣ୍ଡ ଇଏସ ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ସାମିଲ ହୋଇ ପୂଣ୍ୟାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜିନ୍ଦଲ ନଗରରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଶ୍ରୀ ଓପି ଜିନ୍ଦଲଙ୍କ ସ୍ମୃତି ଚାରଣ କରିଥିଲେ।ସମସ୍ତ ୩ଟି ୟୁନିଟରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା। ପେଲେଟ ପ୍ଲାଣ୍ଟ ଓ କାଶିଆ ମାଇନ୍ସରେ କେନ୍ଦୁଝର ଓ ଟେନସା ମାଇନ୍ସରେ ସୁନ୍ଦରଗଡ଼ ଜିଲ୍ଲା ବ୍ଲଡବ୍ୟାଙ୍କ ସହାୟତାରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୩ଶହରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। କର୍ମଚାରୀଙ୍କ ସମେତ ପାରିପାର୍ଶ୍ୱିକ ଅଞ୍ଚଳର ଲୋକେ ମଧ୍ୟ ଉତ୍ସାହର ସହ ରକ୍ତଦାନ କରିଥିଲେ। ସମାଜ ପ୍ରତି ଜିନ୍ଦଲ ଷ୍ଟିଲର ଉତ୍ତର ଦାୟିତ୍ୱ ଏହି ଶିବିର ମାଧ୍ୟମରେ ପ୍ରତିଫଳିତ ହୋଇଥିଲା। ସେହିପରି ଲେଡିଜ କ୍ଲବ ପକ୍ଷରୁ ଟାଉନସିପରେ ଏକାଧିକ ସ୍ମୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ମଚାରୀ ଓ ବିଜନେସ ଆସୋସିଏଟ୍ସ ସାମିଲ ହୋଇଥିଲେ।ଜିନ୍ଦଲ ଷ୍ଟିଲର ଭୁବନେଶ୍ୱର କାର୍ଯ୍ୟାଳୟରେ ମଧ୍ୟ ଶ୍ରୀ ଓପି ଜିନ୍ଦଲଙ୍କୁ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ପ୍ରଶାନ୍ତ ହୋତା, ପ୍ରେସିଡେଣ୍ଟ ଓ ଗ୍ରୁପ ହେଡ୍ ସିଏସଆର, ମେକ୍ ଇନ ଇଣ୍ଡିଆର ଭିତ୍ତିଭୂମି ପ୍ରତିଷ୍ଠା ତଥା ଶିଳ୍ପ ପ୍ରତିଷ୍ଠା ଦ୍ୱାରା ସାମଗ୍ରିକ ସାମାଜିକ ବିକାଶ କ୍ଷେତ୍ରରେ ଶ୍ରୀ ଓପି ଜିନ୍ଦଲଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ଶ୍ରୀ ଓମପ୍ରକାଶ ଜିନ୍ଦଲ (୭, ଅଗଷ୍ଟ ୧୯୩୦- ମାର୍ଚ୍ଚ ୩୧, ୨୦୦୫) ହରିୟାଣାର ହିସାରରେ ଜନ୍ମଲାଭ କରିଥିଲେ। ସେ ଜିନ୍ଦଲ ଗ୍ରୁପ୍ ଅଫ୍ କମ୍ପାନିର ପ୍ରତିଷ୍ଠା କରିଥିଲେ ଏବଂ ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ଶିଳ୍ପ ଜଗତର ଜଣେ ମାର୍ଗ ଦର୍ଶକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଭାରତୀୟ ଇସ୍ପାତ ଶିଳ୍ପ ପ୍ରତି ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ବେଙ୍ଗଲ ଚ୍ୟାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୨୦୦୪ ନଭେମ୍ବରରେ ତାଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା। ବ୍ୟବସାୟ ବ୍ୟତିରେକ ସେ ଜନସେବାରେ ମଧ୍ୟ ନିଜକୁ ବ୍ରତୀ କରିଥିଲେ। ହରିୟାଣା ବିଧାନସଭା ତଥା ସଂସଦକୁ ନିର୍ବାଚିତ ହୋଇଥିଲେ। ସେ ଶକ୍ତିମନ୍ତ୍ରୀ ଭାବେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ