ବିଏସକେୱାଇରେ ଅଧିକ ପରିବାର ଲାଭ ପାଇଛନ୍ତି : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ୯୨.୫୦ ଲକ୍ଷ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ଲାଭାନ୍ୱିତ ହେବେ । ଆୟୁଷ୍ମାନ ଭାରତ ଯୋଜନା ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅଧିକ ସଂଖ୍ୟକ ପରିବାରର ହିତାଧିକାରୀଙ୍କୁ ମାଗଣାରେ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ବିଧାନସଭାରେ ଉତର ରଖିଛନ୍ତି ।
ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ପୁରୁଷମାନେ ୭,୫୪,୭୫,୧୨୦ ଥର ଓ ମହିଳାମାନେ ୯, ୨୨,୪୭,୩୬୮ ଥର ସରକାରୀ ଖର୍ଚ୍ଚରେ ଚିକିତ୍ସା ସୁବିଧା ପାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ