ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉପରେ ହେଲା ଆଲୋଚନା

ଥୁଆମୂଳ ରାମପୁର,(ରଥ ଦୁରିଆ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଦ୍ୱିମାସିକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ସାଂସଦ ପ୍ରତିନିଧି ପବିତ୍ର ନାଏକ, ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ଟୁନି ଖୋସଲା, ଭାରପ୍ରାପ୍ତ ଜି.ପି.ଇ.ଓ ତ୍ରିଲୋଚନ ନାଏକ,୨୪ଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭା ବେଳେ ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ଦୁର୍ନୀତି ଓ ଅନେକ ପଞ୍ଚାୟତକୁ ଜଳ ଯୋଗାଣ ହୋଇନଥିବା ଯୋଗୁଁ ସରପଞ୍ଚ ଓ ସମିତିମାନେ ହୋହଲ୍ଲା କରିଥିଲେ । ପରେ “ବିକଶିତ ଗାଁ ବିକଶିତ ଓଡିଶା” କାର୍ଯ୍ୟକ୍ରମରେ ଆଗାମୀ ପାଞ୍ଚବର୍ଷ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ