ବିକଶିତ ଗାଁ ବିକଶିତ ଓଡ଼ିଶା ଅନୁଦାନକୁ ନେଇ ଜନପ୍ରତିନିଧି ଓ ବିଜେପି କର୍ମୀଙ୍କ ମଧ୍ୟରେ ଟଣାଅଟରା

କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): ବିକଶିତ ଗାଁ ବିକଶିତ ଓଡିଶା ଅନୁଦାନକୁ ନେଇ ଲାଞ୍ଜିଗଡ ବ୍ଳକରେ ଅଡୁଆ ପରିସ୍ଥିତି ଦେଖାଦେଇଛି। ବିଜେପିର କେତେକ କର୍ମୀ ଅନୁମୋଦିତ ତାଲିକା ଧରି ଗାଁଗାଁ ବୁଲି କାମ ବାଣ୍ଟିବାକୁ ମସୁଧା ଚଳାଇଥିବା ବ୍ଳକର ନିର୍ବାଚିତ ପ୍ରତିନିଧୁମାନେ ଅଭିଯୋଗ କରିଛନ୍ତି। ପଲ୍ଲୀସଭା, ଗ୍ରାମସଭା ଦ୍ବାରା ପ୍ରସ୍ତାବିତ ଓ ପଞ୍ଚାୟତ ସମିତି ବୈଠକରେ ଅନୁମୋଦିତ ଉନ୍ନୟନମୂଳକ କାମକୁ ବିଜେପି କର୍ମୀ ମାନେ ବାଣ୍ଟିବାକୁ ବିରୋଧକରାଯାଇଛି। ଏନେଇ ଆଜି ବ୍ଳକର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟ, ବ୍ଳକଅଧ୍ଯକ୍ଷା ଓ ଉପାଧ୍ଯକ୍ଷ ମିଳିତ ଭାବେ ବିରୋଧ କରିବା ସହ ସ୍ଥାନୀୟ ଜନ ପ୍ରତିନିଧଙ୍କୁ ଅଣଦେଖା କରି ବିଜେପି କର୍ମୀ କାମ ବାଣ୍ଟିଲେ ଜୋରଦାର ବିରୋଧ କରା‌ଯିବ ବୋଲି କହିଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ, ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟ ପଞ୍ଚାୟତ ପ୍ରତିନିଧୂମାନେ ପଲ୍ଲୀସଭା ଓ ଗ୍ରାମସଭା ଜରିଆରେ ଯଦି ଲୋକଙ୍କ ଆବଶ୍ୟକତାକୁ ସମସ୍ତ ରୂପରେଖ ପ୍ରସ୍ତୁତ କରିବେ। ଏଣେ ଶାସକ ଦଳର କର୍ମୀମାନେ କୌଣସି ଭୂମିକା ନଥାଇ କାମ ବାଣ୍ଟିବାକୁ କେମିତି ତତ୍ପର ହେଉଛନ୍ତି ବୋଲି ନିର୍ବାଚିତ ପ୍ରତିନିଧ ମାନେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ବିଧାୟକଙ୍କ ପ୍ରତିନିଧୂ ପ୍ରଦୀପ କୁମାର ଘଡେଇ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ଯକ୍ଷ ସଞ୍ଜୀବ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳୀ ମାଝି, ପରୀକ୍ଷିତ ନାଏକ, ବ୍ଳକ ସରପଞ୍ଚ ସଂଘ ସଭାପତି ସାନ୍ଧୁ ମାଝି, ସମିତିସଭ୍ୟ ସଂଘର ସଭାପତି ଜଗଦୀଶ ବେନିଆ, ସଂପାଦକ ମନୋହର ହରପାଲଙ୍କ ସମେତ ବ୍ଳକର ସରପଞ୍ଚ, ସମିତି ସଭ୍ୟସଭ୍ୟା ଉପସ୍ଥିତ ରହି ପଞ୍ଚାୟତିରାଜ ବ୍ୟବସ୍ଥା ଓ ନିର୍ବାଚିତ ପ୍ରତିନିଧୂଙ୍କ ଉପରେ ବିଜେପି କର୍ମୀଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହିତ ଶାସକ ଦଳର କର୍ମୀମାନେ ଆଗେ ଲୋକଙ୍କ ଦୁଃଖସୁଖରେ ସାମିଲ ହୁଅନ୍ତୁ ତା’ପରେ କାମ ବାଣ୍ଟିବେ ବୋଲି କହିଛନ୍ତି। ସେମାନେ ବିଡିଓଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ ଗ୍ରାମାଞ୍ଚଳର ଉନ୍ନୟ ୟନ ପାଇଁ ଆସିଥିବା ଅନୁଦାନକୁ ନେଇ ରାଜନୀତି କଲେ ଆଗାମୀ ଦିନରେ ପଞ୍ଚାୟତ ସ୍ତର ସ୍ତରରେ ହେଉଥିବା ପଲ୍ଲୀସଭା, ଗ୍ରାମସଭା ଓ ପଞ୍ଚାୟତ ସମିତି ବୈଠକରେ ସାମିଲ ହେବୁନାହିଁ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ