ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭକୁ ଦେଖିଲେ ଜନତା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ପୂର୍ବାହ୍ନ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାକୁ ଦେଖାଇବା ପାଇଁ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ଲୋକ ଉପସ୍ଥିତ ଥିଲେ । ବିଡିଓ ସଞ୍ଜୀବ କୁମାର ମହାପାତ୍ର, ବ୍ଲକ ଅଧ୍ୟକ୍ଷା ମିନତି ସୁତାର, ଆକାଉଣ୍ଟାଣ୍ଟ ଅଫିସର ଶରତ କୁମାର ଖୁଣ୍ଟିଆ, ସରପଞ୍ଚ ଭାରତୀ ବିଶ୍ବାଳ, ବିଏସଏସଓ ରାଜ କିଶୋର ଦାସ, ଜେଇ ଅମିୟ ପଲାଇ, ଯଦୁ ଟୁଡୁ, ବିଶ୍ବଜିତ ଦାସ, ଜଗଦିଶ ସାହୁ, ଅରୁନ୍ଧତୀ ସ୍ବାଇଁ, ଆଶାଶ୍ରୀ ସାହୁ, ବ୍ଲକ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପୁହାଣ, ଶ୍ରୀମନ୍ତ ଖଟୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭାଜପା ନେତା କମଳାକାନ୍ତ ସୁତାର, ପୂର୍ଣ୍ଣଚନ୍ଦ୍ର ପାଣି, ଜଗନ୍ନାଥ ରାଉତ, ଦେବଦତ୍ତ ପାଢୀ, ସୁଦେଶ ପଣ୍ଡା, ଜୀବନାନନ୍ଦ ପାଢୀ, ମୀନ କେତନ ବିଶ୍ବାଳ, ସନ୍ଦୀପ ନାୟକ, ସଦାନନ୍ଦ ମଲିକ, ଦୁଃଶାସନ ଖଟୁଆ, ହିମାଂଶୁ ବିଶ୍ବାଳ, ମଳୟ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ