ବିକାଶର ରୋଲ ମଡେଲ ନିରୀକ୍ଷଣ : ହିଞ୍ଜିଳି ଗସ୍ତରେ ଭାରତୀୟ ପ୍ରଶାସନିକ ଅଧିକାରୀ ଓ ରୟାଲ ଭୁଟାନ ସିଭିଲ ସର୍ଭିସ ଅଧିକାରୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡ଼ମିନିଷ୍ଟ୍ରେସନ ଦ୍ୱାରା ପରିଚାଳିତ ଭାରତ ଦର୍ଶନ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ଅଧ୍ୟୟନ ପାଇଁ ଗତ କାଲି ଠାରୁ ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ ସିଭିଲ ସର୍ଭିସର ୨୦୨୧ ବ୍ୟାଚର ୩୮ଜଣ ଅଧିକାରୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ସମ୍ପର୍କରେ ଅବଗତ ହେଉଥିବା ଜଣାପଡିଛି । ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡ଼ମିନିଷ୍ଟ୍ରେସନର ଯୁଗ୍ମ ନିର୍ଦ୍ଦେଶକା ରାଧିକା ରାସ୍ତଗିଙ୍କ  ନେତୃତ୍ୱରେ ଅଧିକାରୀ ଗଣ ଦ୍ଵିତୀୟ ଦିବସରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁ ବ୍ଲକରେ ପହଞ୍ଚି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିଭୂମି ବିକାଶ ଓ କାର୍ଯ୍ୟକାରିତା ସମ୍ପର୍କରେ ନିରୀକ୍ଷଣ କରିଥିଲେ । ଅଧିକାରୀ ଗଣ ପ୍ରଥମେ ଶାସନ ଆମ୍ବଗାଁ ପଞ୍ଚାୟତରେ ପହଞ୍ଚି ଏମସିସି,ଏମ ଆରଏଫ,ମଡେଲ ଅଙ୍ଗନବାଡି, ଗ୍ରାମ୍ୟ ପାର୍କ,ମିଶନ ଶକ୍ତି ଗୃହ ଆଦି ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ପରିଦର୍ଶନ କରିଥିଲେ । ସେଠାରୁ ଫେରି ସ୍ଥାନୀୟ ପୋୖରାଞ୍ଚଳ ସ୍ଥିତ ୫ଟି ସୂତ୍ରପାତରେ ହୋଇଥିବା ରୂପାନ୍ତରଣ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଣ୍ଡୋର ଷ୍ଟାଡିୟମ, ସାରୁ ପଞ୍ଚାୟତରେ ରୂପାନ୍ତରଣ ବିଦ୍ୟାଳୟ,ଗାଈ ନିବାସ, ବିଜୁ ପଞ୍ଚାୟତ ପାଠାଗାର ସମେତ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଶାସନିକ ଅଧିକାରୀଗଣଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଡ଼ିଓ ସୁବ୍ରତ କୁମାର ଜେନା ଏବଂ ପୌର ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ପରିଦର୍ଶନର ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ହିଞ୍ଜିଳିକାଟୁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡିକ ପରିଦର୍ଶନ କରିବା ପରେ ଯୁଗ୍ମ ନିର୍ଦ୍ଦେଶକା ଶ୍ରୀମତୀ ରାସ୍ତଗୀ ଏବଂ ଅନ୍ୟ ଅଧିକାରୀ ଗଣ ଖୁସି ବ୍ୟକ୍ତ କରିଛନ୍ତି । ଅଧିକାରୀ ଗଣଙ୍କ ପରିଦର୍ଶନ ସମୟରେ ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ,  ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର, ବୃନ୍ଦାବନ ସରକାରୀ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି, ପୈାର ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ରଙ୍କ ସମେତ ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ