ବିଜେଡିର ଜନସଂପର୍କ ପଦଯାତ୍ରା ଉଦଯାପିତ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ପୋଲସରା ନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ପକ୍ଷରୁ ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଗାନ୍ଧି ଜୟନ୍ତି ରୁ ପୋଲସରା ଏନଏସିରୁ ଆରମ୍ଭ ହୋଇ ଗୁରୁବାର ଦିନ ବୁଗୁଡା ଏନଏସିରେ ଉଦଯାପିତ ହୋଇଯାଇଛି ।ବିଧାୟକଙ୍କ ନେତୃତ୍ୱରେ ପୋଲସରା ବ୍ଲକ ଓ ବୁଗୁଡା ବ୍ଲକର ବିଭିନ୍ନ ପଂଚାୟତ ଓ ଏନଏସରେ ବିଜେଡି କର୍ମୀ ମାନଙ୍କ ତରଫରୁ ବୁଗୁଡା ବିରଞ୍ଚି ନାରାୟଣ ମନ୍ଦିର ଠାରୁ ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ୱ କର୍ମୀ ସହର ପରିକ୍ରମା କରିବା ସହ ବୁଗୁଡା ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲେ । ପରିକ୍ରମା ଶେଷରେ ବୁଗୁଡା ବସଷ୍ଟାଣ୍ଡ ସଭାପତି ମଦନ ଗୋପାଳ ଦୋରାଙ୍କ ଅଧକ୍ଷତାରେ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀକାନ୍ତ ସାହୁ ନିଜର ବକ୍ତବ୍ୟ ରଖିଥିଲେ ।ନବୀନ ଙ୍କ ପିଲା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏଥିସହ ପଦଯାତ୍ରାରେ ଗଂଜାମ ଜିଲ୍ଲା ସଂପାଦକ ସୁଧାଶୁ ଶେଖର ପାଢୀ,ଏନଏସିର ପୂର୍ବତନ ନଗରପାଳ ଚିତ୍ରସେନ ପ୍ରଧାନ,ଅଧିବକ୍ତା ରବିନ୍ଦ୍ର ପଣ୍ଡା ,ସମେତ ସରପଞ୍ଚ , ସଭ୍ୟା , ସମେତ ବହୁ କର୍ମୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ