ପରିବହନ ଓ ଅପରାଧ ସମୀକ୍ଷା ବୈଠକ

ଛତ୍ରପୁର,(ଯୁଗାବ୍ଦ ନୁ୍ୟଜ୍) ; ସ୍ଥାନୀୟ ଗଂଜାମ ଏସପିଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅପରାଧ ସମୀକ୍ଷା ବୈଠକ ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଗଂଜାମ ପୁଲିସ ଜିଲ୍ଲାରେ ଗତମାସରେ ସଡକ ଦୁର୍ଘଟଣାରେ ମୃତ୍ୟୁହାର କମିଛି ଏଣୁ ଏସପି ପୁଲିସ କର୍ମଚାରୀ ମାନଙ୍କୁ ପ୍ରଶଂସା କରିଥିଲେ । ନୂତନ ଭାବେ ଲାଗୁ ହୋଇଥିବା ପରିବହନ ନୀୟମକୁ କଡା କଡି ଭାବେ ପାଳନ କରିବା ପାଇଁ ଲୋକମାନଙ୍କୁ ସଚେତନତ କରିବା ସହ ଡ୍ରାଇଭିଂ ଲାଇସେନ୍ସ , ଦ୍ରୁତଗାଡି ଚାଳନା, ଦୁଇ ଚକିଆ ଯାନରେ ଦୁଇରୁ ଅଧିକ ବସିବା, ହେଲମେଣ୍ଟ ଯାଞ୍ଚ କରାଯାଇ ଗତମାସରେ ୭ଲକ୍ଷ୨୧ହଜରା ୩ଶହ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି । ଦିନକୁ ପାଞ୍ଚ ଘଣ୍ଟା ବିଭିନ୍ନ ସମୟରେ ମୋଟର ଗାଡିକୁ ପୁଲିସ ତରଫରୁ ଯାଞ୍ଚ କରାଯାଇଛି । ୱାରେଣ୍ଟି ଡ୍ରାଇଭ୍ କୁ କଡାକଡି କରିବାକୁ କୁହାଯାଇଛି । ନୂଆ ଅପରାଧିଙ୍କ ତାଲିକା ପ୍ରସ୍ତୁତ କରି ପଠାଇବାକୁ ଏସପି ଶ୍ରୀ ରାଏ କହିଥିଲେ । ଜିଲ୍ଲାରେ ବିଭିନ୍ନ ଥାନା ଅଂଚଳ ୬୦ପ୍ରତିଶତ ସିସିଟିଭି କ୍ୟାମରା ଲଗାଯାଇଛି । ଏହାଦ୍ୱାରା ଅପରାଧୀ ମାନଙ୍କ ଗତିବିଧୀ ନିରୀକ୍ଷଣ କରିବା ସହଜ ହେବ ବୋଲି ଜଣାପଡିଛି । ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥିତ ଅଧିକାରୀ ମାନଙ୍କୁ ସଚେତନ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଏସପି ପତିତପାବନ ଚୈାଧୂରୀ , ଛତ୍ରପୁର ଏସଡପିଓ ଉକ୍ରଳ କେଶରୀ ଦାଶ, ପୁରୁଷୋତ୍ତମପୁର ଏସଡିପିଓ ନିମାଇଁ ସେଠୀଙ୍କ ସମେତ ଛତ୍ରପୁର ଓ ପୁରୁଷୋତ୍ତମପୁର ଉପଖଣ୍ଡସ୍ତରୀସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ