ବିଜେଡି ପାଇଁ ପ୍ରଚାର କରୁଛନ୍ତି ତେଲୁଗୁ ସୁପରଷ୍ଟାର ସୁମନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତିର ସୀମାବର୍ତ୍ତୀ ଅଞ୍ଚଳରେ ବିଜୁ ଜନତା ଦଳ ପାଇଁ ପ୍ରଚାର କରୁଛନ୍ତି ତେଲୁଗୁ ସିନେ ତାରକା । ବିଜେଡ଼ିର ବିଶାଳ ଶୋଭାଯାତ୍ରାରେ ଯୋଗ ଦେଇ ତେଲୁଗୁ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ତେଲୁଗୁ ହିରୋ ସୁମନ। ଜିଲ୍ଲାର ଗୋଷାଣୀ ଓ କାଶୀନଗର ବ୍ଳକର ୪ ଟି ଜୋନରେ ସଂଖ୍ୟାଧିକ ଲୋକ ତେଲୁଗୁ ସମ୍ପ୍ରଦାୟର ହୋଇଥିବା ବେଳେ ଗୋଷାଣୀ ବ୍ଲକରେ ବିଜୁ ଜନତା ଦଳର ଏଭଳି ମାରାଥନ ପ୍ରଚାର ଦେଖିବାକୁ ମିଳିଛି । ତ୍ରିସ୍ତରୀୟ ନିର୍ବାଚନ ଜାରି ରହିଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ଚଳିତ ୨୨ ଓ ୨୪ ତାରିଖରେ ଏଠି ମତଦାନ ହେ । ଦୁଇଟି ଜିଲ୍ଲା ପରିଷଦ ଜୋନ ସହ ପାଇଁ ଭୋଟ ଗ୍ରହଣ ହେବ। ତେବେ ଚଳିତ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ପଦକ୍ଷେପ ତଥା ତାଙ୍କ ଲୋକପ୍ରିୟତା ପ୍ରତି ଆକର୍ଷିତ ହୋଇ ବିଜେଡ଼ି ମୁହାଁ ହେଉଛନ୍ତି ଲୋକେ । ଯାହାର ଚିତ୍ର ଆଜି ଏହି ଶୋଭାଯାତ୍ରା ଓ ନିର୍ବାଚନୀ ସଭାରେ ଦେଖିବାକୁ ମିଳିଛି । ଶିଳ୍ପପତି ତିରୁପତି ପାଣିଗ୍ରାହୀ ନିର୍ବାଚନ ଦାୟିତ୍ଵ ନେବା ପରେ ଅଞ୍ଚଳରେ ଭୁଷୁଡିବାରେ ଲାଗିଛି ଉଭୟ କଂଗ୍ରେସ ଓ ବିଜେପିର ଦୁର୍ଗ। ଶହ ଶହ କର୍ମୀ ବିଜେଡ଼ିରେ ସାମିଲ ହେବାରେ ଲାଗିଛନ୍ତି । ନିର୍ବାଚନ ପ୍ରଚାରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ତିରୁପତି ପାଣିଗ୍ରାହୀ ସତେତ ବହୁ ନେତା ଉପସ୍ଥିତ ରହି ବିଜୁଜନତା ଦଳର ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ ।


