ବିଜେପିର ବିଜୟ ସଂକଳ୍ପ ଅଭିଯାନ

ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍‍):ଖୋର୍ଦ୍ଧା ଜିଲ୍ଲା ୧୨ନଂ ଜୋନ୍ ରାମେଶ୍ୱର ନିରାକାରପୁର, ନୂଆଗଡ଼, ସାନରାଉତପଡା, ଲେଣ୍ଡୁ ଓ ଡ଼ିଆ ପଞ୍ଚାୟତରେ ବିଜେପି ପକ୍ଷରୁ ସଂକଳ୍ପ ଅଭିଯାନରେ ପଦଯାତ୍ରା କରାଯାଇଛି । ଏହି ସବୁ ପଞ୍ଚାୟତରେ ବିଜେପି ନେତ୍ରୀ ଅପରିଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି କାର୍ଯ୍ୟକାରଣୀ ସଦସ୍ୟ କାଳୁ ଚରଣ ଖଣ୍ଡୟତରାୟଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ବୁଲି ବୁଲି ବିଜେପି ସପକ୍ଷରେ ସେମାନଙ୍କ ମତ ଦେବାକୁ ଅନୁରୋଧ କରିବା ସହ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ତଥା ରାଜ୍ୟରେ ବିଜେପି ସରକାର ଗଠନରେ ଗୁରୁତ୍ୱାରୋପ କରିଥିଲେ । ପରେ ଅପରାହ୍ନରେ ନିରାକାରପୁର ଗଣେଶ ପଡ଼ିଆରେ ଏକ ସାଧାରଣ ସଭାରେ ରାଜ୍ୟ ବିଜେପି କୃଷକ ନେତା ରଞ୍ଜନ ମଙ୍ଗରାଜ ସଭାପତିତ୍ୱ କରିଥିଲେ । ଅତିଥିଭାବେ ବିଜେପି ନେତ୍ରୀ ଅପରିଜିତା ଷଡ଼ଙ୍ଗୀ, ବରିଷ୍ଠ ନେତା କାଳୁ ଚରଣ ଖଣ୍ଡାୟତରାୟ, ୯ନଂ ଜିଲ୍ଲା ପରିଷଦ ସଭ୍ୟା ମମତା ଜେନା, ପୂର୍ବତନ ସରପଞ୍ଚ ମଙ୍ଗୁଳି ଜେନା, ମଣ୍ଡଳ ଅଧିକାରୀ ରାମଚନ୍ଦ୍ର ପରିଡ଼ା, ବରିଷ୍ଠ ନେତା ରାଜା ମିଶ୍ର ଏବଂ ବିଜେପି ନେତା କେଳୁ ଚରଣ ଜଗଦ୍ଦେବ ପ୍ରମୁଖ ଯୋଗଦେଇ ଲୋକଙ୍କ ସେବା କରିବାକୁ ବିଜେପିକୁ ଶାସନକୁ ଆଣିବଚୁ ଆହ୍ୱାନ ଦେଇଥିଲେ ।କିଶୋର ବରାଳ, ବିଶ୍ୱରଞ୍ଜନ ପଟ୍ଟନାୟକ, ଆଲୋକ ରଞ୍ଜନ ଛୋଟରାୟ, ଶୁକେଶ ସେନାପତି ପ୍ରମୁଖଙ୍କ ସମତେ ବହୁ ସ୍ଥାନୀୟ ନେତୃବୃନ୍ଦ ସଭାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ