ବିଜେପିର ମହା ମିଶ୍ରଣ ପର୍ବ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧିନ ବନ୍ତ ବ୍ଲକର ପୂର୍ବତନ ଅଧ୍ୟକ୍ଷାଙ୍କ ସମେତ ଶତାଧିକ ସମର୍ଥକ ବୁଧବାର ବିଭିନ୍ନ ଦଳ ପରିତ୍ୟାଗ କରି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଏନେଇ ରାଜ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ବିଧାୟକ ପ୍ରଦୀପ୍ତ ନାୟକ, ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରି ନାରାୟଣ ଧଳ, ପୂର୍ବତନ ରାଜ୍ୟ ସଂଗଠନ ମନ୍ତ୍ରୀ ପଞ୍ଚାନନ ରାଉତ, ଭଦ୍ରକ ଜିଲା ବିଜେପି ସଭାପତି ହେମନ୍ତ ପାଢୀ, ସାଧାରଣ ସମ୍ପାଦକ ଭଗବାନ ପଣ୍ଡା ମଞ୍ଚାସୀନ ଥିଲେ । ଏହି ଅବସରରେ ବନ୍ତ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, ଦୃଢ ସଂଗଠକ ତଥା ସମାଜସେବୀ ସୁଧାଂଶୁ ଶେଖର ନାୟକ, ପୂର୍ବତନ ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ପୂର୍ବତନ ସରପଞ୍ଚ ରବିନ୍ଦ୍ର ପଣ୍ଡା, ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, ଗୋପାଳ ଚନ୍ଦ୍ର ପଣ୍ଡା, ଦୀପାଞ୍ଜଳୀ ରାଉତ, ପୂର୍ବତନ ସମିତି ସଭ୍ୟ ସୁବାଷ ଚନ୍ଦ୍ର ଜେନା, ସୁଜାତା ସେଠୀ, ତିଳୋତମା ଜେନା, ଶୁଭ୍ରକାନ୍ତ ଜେନା, ବସନ୍ତ କୁମାର ନାୟକ, ସୁବାଷ ଚନ୍ଦ୍ର ମଳିକ, ପୂର୍ବତନ ସମବାୟ ସମିତି ସଭାପତି ଚିନ୍ତାମଣି ମିଶ୍ର, ଟିଲୋ ଗ୍ରାମ ପଞ୍ଚାୟତ ପୂର୍ବତନ ବିଜେଡି ସଭାପତି ସୁଧିର କୁମାର ନାୟକଙ୍କ ସମେତ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ବହୁ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ଟୋପି ଓ ଉତ୍ତରି ପିନ୍ଧାଯାଇ ଦଳରେ ସାମିଲ କରାଯାଇଥିଲା । ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନାୟକ ଦେଶର ପ୍ରଧାନ ମନ୍ତ୍ରୀ ମୋଦୀ ଜୀଙ୍କ ରାଷ୍ଟ୍ର ଗଠନର ଚିନ୍ତାଧାରାରେ ଅଭିଭୂତ ହୋଇ ଦଳରେ ସାମିଲ ହେଲେ ବୋଲି କହିଥିବା ବେଳେ ଆଗକୁ ଦଳକୁ ପୂର୍ଣ୍ଣ ଶକ୍ତିଶାଳୀ କରିବା ନେଇ କାର୍ଯ୍ୟ କରିବେ । ସୁସଂଗଠକ ସୁଧାଂଶୁ ନାୟକ ତାଙ୍କ ବକ୍ତବ୍ୟରେ ପିଲାଟି ବେଳୁ ସମାଜସେବାର ଲକ୍ଷ୍ୟ ରଖିଥିବା ବେଳେ ସେହି ଅଭ୍ୟାସ ଓ ପ୍ରକୃତିକୁ ସାକାର କରିବାକୁ ଯାଇ ପ୍ରାଧ୍ୟାପକ ଚାକିରୀରୁ ଅବସର ନେବା ପରେ ସକ୍ରିୟ ରାଜନୀତିରେ ପାଦ ଥାପିଲି । ମାତ୍ର ଯେଉଁ ଦଳ ପାଇଁ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରୁଥିଲି ନବୀନ ବ୍ରାଣ୍ଡ ରଖି ବିଜୁ ଜନତା ଦଳର ଭଣ୍ଡାରିପୋଖରୀ ପ୍ରତିନିଧି ଦୂର୍ନୀତି ରାକ୍ଷାସ ଆଁ ଭିତରେ ବୁଡ଼ି ରହିଛନ୍ତି । ଏହା ଅଥୟ ହେବାରୁ ଆଜି ବହୁ ସଂଖ୍ୟାରେ କର୍ମୀ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା କହିଥିଲେ । ଆଗକୁ ମୋର ଶୁଭେଚ୍ଛୁ ଓ ସମର୍ଥକଙ୍କୁ ନେଇ ଦଳକୁ ଯଶସ୍ୱୀ କରାଇବାରେ କର୍ମୀ ମାନଙ୍କୁ ଗୁଣ୍ଡୁଚି ମୂଷା ପରି ବାଲି ଝାଡିବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈକୁଣ୍ଠ ନାୟକ, ଧରଣୀଧର ପେରେଇ, ରବିନ୍ଦ୍ର ସାହୁ, ସେକ୍ ସୌକତ ଅଲ୍ଲି, ବିନୋଦ ମହାପାତ୍ର, ଦୈତାରି ଚରଣ ପତି, ରବିନ୍ଦ୍ର ସାହୁ ପ୍ରମୁଖ ଦଳରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ସମସ୍ତ ବିଜେପି ମଣ୍ଡଳ ସଭାପତି, ଦଳୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ବାରିକପୁର ଠାରୁ ଏକ ଶୋଭାଯାତ୍ରା କେନ୍ଦୁଆପଦା, ସେଣ୍ଢତିରା, ନିଳୋକ, ବନ୍ତ, ଅଢାଳପଙ୍କ, ଆଗରପଡ଼ା କାଦବରାଙ୍ଗ ଓ ଜାମ୍ବବଣୀ ହୋଇ ଟିଲୋ ଠାରେ ପହଞ୍ଚିଥିଲା । ଆଜିର ଏହି ମିଶ୍ରଣ ପର୍ବରେ ଶାସକ ବିଜେଡି ଦଳର ବହୁ ଅସନ୍ତୁଷ୍ଟ କର୍ମୀ ବିଜେପିରେ ସାମିଲ ହୋଇଥିବା ବେଳେ ଆଗକୁ ରାଜନୈତିକ ବାତାବରଣ ସରଗରମ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ