ବିଜେପିର ସାଙ୍ଗଠନିକ ବୈଠକ

ବ୍ରହ୍ମପୁର, (ଅନିଲ କୁମାର):ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ମହାନଗର ଅନ୍ତର୍ଗତ କମାପଲ୍ଲୀ ମଣ୍ଡଳରେ, ମଣ୍ଡଳ ସଭାପତି ଗୋପିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରତି ମାସର ଶେଷ ରବିବାର ଅନୁଷ୍ଠିତ ହେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ *ମନ୍ କି ବାତ୍* କାର୍ଯ୍ୟକ୍ରମ ସହ ବିଜେପିର ଏକ *ସାଙ୍ଗଠନିକ ବୈଠକ* କମାପଲ୍ଲୀ ଛକ ସ୍ଥିତ ବୈଷ୍ଣବ ଟାୱାର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଜି.ଉଦୟଗିରି ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବରିଷ୍ଠ ନେତା ଡା.ସୁବାଷ ସାହୁ, ଦୀନବନ୍ଧୁ ମହାଙ୍କୁଡ଼,ବିପିନ୍ ଦାସ,କର୍ପୋରେଟର ନୀଳକଣ୍ଠ ସାହୁ,ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ସୁନିଲ କୁମାର ସାହୁ ପ୍ରମୁଖ ନେତୃବୢନ୍ଦ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ *ମନ୍ କି ବାତ୍* କାର୍ଯ୍ୟକ୍ରମ ଶୁଣିବା ସହ ପ୍ରଧାନମନ୍ତ୍ରୀ ମୋଦି କହିଥିବା ଜି ୨୦ ସମ୍ମିଳନୀ ଭାରତ ଅଧ୍ୟକ୍ଷତା କରିବା ଏହା ଦେଶ ପାଇଁ ଗୌରବର ବିଷୟ । ଏହା ଉପରେ ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଜି ୨୦ ଉପରେ ଚର୍ଚ୍ଚା ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏଣୁ ଦଳୀୟ ନେତୃବୢନ୍ଦ ସବୁ ସ୍କୁଲ୍ ଏବଂ କଲେଜକୁ ଯାଇ ଜି ୨୦ ସମ୍ମିଳନୀ ଉପରେ ଚର୍ଚ୍ଚା କରିବାକୁ ଦଳୀୟ ନେତୃବୢନ୍ଦ ନିଷ୍ପତ୍ତି ନେଇଛନ୍ତି । ଏହା ସହ କମାପଲ୍ଲୀ ମଣ୍ଡଳରେ କିଭଳି ଦଳୀୟ ସଙ୍ଗଠନକୁ ଆହୁରି ଅଧିକ ଶକ୍ତିଶାଳୀ କରାଯିବ ଏହା ଉପରେ ଚର୍ଚ୍ଚା କରାଯାଇଥିଲା । କମାପଲ୍ଲୀ ମଣ୍ଡଳର ବିଭିନ୍ନ ସମସ୍ୟାକୁ ନେଇ ଦଳ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ କାର୍ଯକର୍ତ୍ତା ଏକଜୁଟ୍ ହୋଇ ଦଳ ପାଇଁ କାର୍ଯ୍ୟ କରି ଦଳକୁ ଯଶସ୍ୱୀ କରିବାକୁ ଆହ୍ୱାନ କରିଥିଲେ । ସମାଜସେବୀ ତଥା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ପି.ସୁରି ପାତ୍ର ତାଙ୍କ ବହୁ ଶୁଭେଛୁଙ୍କ ସହ ଆଜି ବିଜେପିରେ ଯୋଗ ଦେଇଛନ୍ତି । ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି ପୁଷ୍ପଗୁଛ ସହ ଦଳୀୟ ଉପଢ଼ୋକନ ଦେଇ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କମାପଲ୍ଲୀ ମଣ୍ଡଳର ପୂର୍ବତନ ସଭାପତି ରାଧା ଚ଼ରଣ ନାୟକ,ଗୌରୀ ମହାନ୍ତି,ସଞ୍ଜୟ ନାୟକ,ରବିନ୍ଦ୍ର ଦାସ,ଅମିତ୍ ପାଢ଼ୀ,ଆଶିଷ ପଣ୍ଡା,ସମୀର ଦାଶ,ଅନୁରାଧା ସାହୁ,ସୋନମ ଶତପଥି,ଅଶୋକ ନିମାଇଁ, କିରଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯୁବ ନେତା ତଥା କର୍ପୋରେଟର୍ ପ୍ରାର୍ଥୀ ଅର୍ଜୁନ କୁମାର ଜେନା ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ