ବିଜେପି ତରଫରୁ ଚିକିଟି ବ୍ଲକ ଘେରାଉ

ଚିକିଟି ,(ଯୁଗାବ୍ଦ ନ୍ୟୁଜ୍) : ଚିକିଟି ନିର୍ବାଚନ ମଣ୍ଡଳିରେ ବିଜେପିର ଶହ ଶହ କର୍ମୀ ଶୁକ୍ରବାର ଚିକିଟି ବ୍ଲକ ଘେରାଉ କରିଛନ୍ତି । ଶହ ଶହ ବିଜେପି କର୍ମୀ ପଦଯାତ୍ରାରେ ଚିକିଟି ବିଦ୍ୟୁତ ଛକ ଠାରୁ ବାହାରି ବ୍ଲକ ପରିସରରେ ପହଞ୍ଚିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନରଞ୍ଜନ ଦ୍ୟାନ ସାମନ୍ତରାଙ୍କ ଅଧକ୍ଷତାରେ ବାହାରି ଚିକିଟି ବ୍ଲକ ଘେରାଉ କରି ବ୍ଲକରେ ଯେଉଁ ଦୁର୍ନୀତି କରାଯାଉଛି ଏହା ସହ ରାଜନେତା ଠାରୁ ଆରମ୍ଭ କରି ମନ୍ତ୍ରୀ ମାନେ ଦୁନୀତି କରିବାରେ ଲାଗିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ସହ କେନ୍ଦ୍ରୀୟ ଯୋଜନାକୁ ସ୍ୱଚ୍ଛ ଓ ଦଲାଲ ମୁକ୍ତ କରିବା ନିମନ୍ତେ ବିଡିଓଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଥିଲେ ।ଏହି ପଦଯାତ୍ରାରେ ଦେବଦତ୍ତ ପଣ୍ଡା,ସରୋଜ ପଣ୍ଡା,ପୁଷ୍ପାଞ୍ଜଳି ସେଠୀ, ଆଦି ଅନେକ ବହୁ ନେତା ଓ କର୍ମୀ ପଦଯାତ୍ରାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ