ବିଜେପି ପକ୍ଷରୁ ଛତ୍ରପୁର ଠାରୁ ଗାନ୍ଧି ସଂକଳ୍ପ ଯାତ୍ରା ଆରମ୍ଭ

ଛତ୍ରପୁର,(ଯୁଗାବ୍ଦ ନ୍ରୁ୍ୟଜ୍): ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ବିଶ୍ୱେସର ମନ୍ଦିର ପ୍ରାଙ୍ଗଣରୁ ୧୫୦ ତମ ଗାନ୍ଧି ଜୟନ୍ତୀ ଅବସରରେ ଗାନ୍ଧି ସଂକଳ୍ପ ଯାତ୍ରାର ଶୁଭାରମ୍ଭ ହୋଇଥିଲା । ହାତରେ ଭାରତ ମାତାର ତ୍ରିରଙ୍ଗା ପତାକା ଧରି ନିର୍ବାଚନ ମଣ୍ଡଳୀର ଶତାଧିକ ନେତା ଓ କର୍ମୀମାନେ ଗାନ୍ଧିଙ୍କ ଗୁଣଗାନ କରିବା ସହ ଗାନ୍ଧି ଜୟନ୍ତୀର ୧୫୦ତମ ପାଳନକୁ ଆଦର୍ଶର ବାର୍ତା ଦେଇଥିଲେ । ଏହି ପଦଯାତ୍ରା ଛତ୍ରପୁର ଉପର ବସଷ୍ଟାଣ୍ଡ, ମଝିବଜାର, ପିତାପଲ୍ଲୀ ଛକ ଦେଇ ଜାତୀୟ ରାଜପଥ ଦେଇ ଗଞ୍ଜାମ, ହୁମ୍ମା ଅଂଚଳରେ ପହଂଚିଥିଲା । ଯେଉଁଠି ଗାନ୍ଧିଜୀ ଲବଣ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ, ସେଠାରେ ସଭାର ଆୟୋଜନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏନଏସି ଉପାଧ୍ୟକ୍ଷ ବସନ୍ତ କୁମାର ବେହେରା, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଆଇନଜୀବୀ ବ୍ରଜମୋହନ ଆଚାର୍ଯ୍ୟ, ଯୁବନେତା ଡି.ସୁରେଶ ରେଡ୍ଡି, ସନ୍ତ ରାଉଳ, କେ. ରଘୁନାଥ ରେଡ୍ଡୀ, ଜି.ମନୋଜ ରେଡ୍ଡି, ଚୈତନ୍ୟ ପ୍ରଧାନ, ବିଜୟ ମୁଦୁଲି, ନାରୀନେତ୍ରୀ ସସ୍ମିତା କର ଓ ରଶ୍ମିତା ପ୍ରଧାନଙ୍କ ସମେତ ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ଓ କର୍ମୀ ମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ