ବିଜେପି ଯୁବ ମୋର୍ଚ୍ଚାର ମଣ୍ଡଳ ସ୍ତରୀୟ ସଦସ୍ୟତା କର୍ମଶାଳା ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ମଣ୍ଡଳ ସ୍ତରୀୟ ସଦସ୍ୟତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ଉପସ୍ଥିତ ରହି ଯୁବ ମୋର୍ଚ୍ଚା କିପରି ଆଗାମୀ ଦିନରେ ସଦସ୍ୟତା କାର୍ଯ୍ୟକ୍ରମ ମଣ୍ଡଳ ଓ ସମସ୍ତ ବୁଥ ସ୍ତରରେ କରିବ ସେ ବିଷୟରେ ତାଙ୍କ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରତ ମାତା, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଓ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ରାଷ୍ଟ୍ରୀୟ ବନ୍ଦନା ଗାନ କରାଯାଇଥିଲା‌ ଯୁବ ମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର ତାଙ୍କ ବକ୍ତବ୍ୟରେ ବିଶ୍ଵର ସର୍ବ ବୃହତ୍ ଦଳର ନିଜକୁ ସଦସ୍ୟ କହିବା ଆମକୁ ଗର୍ବ ଲାଗେ, ସେହିପରି ଭାବରେ ଜିଲ୍ଲାରୁ ଅଧିକ ରୁ ଅଧିକ ସଦସ୍ୟ କରାଇବା ପାଇଁ ଯୁବ ସାଥୀଙ୍କୁ ଆହ୍ଵାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯକାରିଣୀ ସଦସ୍ୟ ଶଶିକାନ୍ତ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ତଥା ଯୁବ ମୋର୍ଚ୍ଚାର ଜିଲ୍ଲା ସଦଶ୍ୟତା ପ୍ରମୁଖ ସ୍ଵାଧୀନ ପଣ୍ଡା ଜିଲ୍ଲା ଉପ ସଭାପତି ତଥା ସଦସ୍ୟତା ସହପ୍ରମୁଖ ନାରାୟଣ ମହନ୍ତଙ୍କ ସମେତ ଜିଲ୍ଲା ସ୍ତରୀୟ ଓ ମଣ୍ଡଳ ସ୍ତରୀୟ ଶତାଧିକ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ