ବିଜେପି ସରକାର ହେଲେ ତିନି ମାସରେ ଖଣି ମାଫିଆ, ଟିଟଫଣ୍ଡ ଚୋର ଯିବେ ଜେଲ୍ -ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର/କୋରେଇ/ଧାମନଗର/କାକଟପୁର/(ଯୁଗାବ୍ଦ ନ୍ୟୁଜ): ବିଜୁ ଜନତା ଦଳର ସଦସ୍ୟ ଖଣି ଦୁର୍ନୀତି, ବ୍ଲାକରୋଜ, ପଥର ଖଣି ଦୁର୍ନୀତି ଓ ଚିଟଫଣ୍ଡରେ ଲିପ୍ତ ଅଛନ୍ତି । ନବୀନ ବାବୁଙ୍କ ଡର୍ଜନ ଡର୍ଜନ ନେତା ଚିଟଫଣ୍ଡ୍ ଓ ଦୁର୍ନୀତି ମାମଲାରେ ଜେଲ୍ ଯାଇଥିବା ବେଳେ କେତେଜଣ ବେଲରେ ଅଛନ୍ତି । ବିଜେପି ସରକାର ହେଲେ ତିନି ମାସରେ ଖଣି ମାଫିଆ, ଟିଟଫଣ୍ଡ ଚୋରଙ୍କୁ ଜେଲ ପଠାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିରି ନବୀନ ବାବୁଙ୍କ ସରକାରରେ ଓଡିଶାରେ ଗୁଣ୍ଡାରାଜ ବଢି ଚାଲିଥିବା ବେଳେ ବିଜେପି ଆସିଲେ ଗୁଣ୍ଡା ବିରୋଧୀ ଆଇନ ଅଣାଯିବ ଏବଂ ସବୁ ଗୁଣ୍ଡାଙ୍କୁ ଜେଲ୍ ପଠାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଯାଜପୁର ଜିଲ୍ଲାର କୋରେଇ, ଭଦ୍ରକ ଜିଲ୍ଲା ଧାମନଗର ଓ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଚାହୁଁଛନ୍ତି । ଏହି ପାର୍କ ପ୍ରତିଷ୍ଠା ହେଲେ ହଜାର ହଜାର ଯୁବକ ରୋଜଗାର ପାଇପାରିବେ । ମାତ୍ର ନବୀନ ବାବୁ ଏଥିାଇଁ ଜାଗା ଦେବାରେ ବାଧକ ସାଜିଛନ୍ତି ବୋଲି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳିର ତିହିଡି ଠାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେ ଭଦ୍ରକ ଜିଲ୍ଲାରେ ରୋଜଗାର ଦେବାରେ ବାଧକ ସାଜୁଛି ତାକୁ ବଦଳେଇବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିରି ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ସରକାର ହେଲେ ଏକ ବୃହତ ପୋର୍ଟ ଅସ୍ତରଙ୍ଗରେ ତିଆରି କରାଯିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁମାନେ ଗୁଣ୍ଡାରାଜ ଚଲାଉଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର ହେଲେ ସେମାନଙ୍କୁ ଜେଲ ପଠାଯିବ ବୋଲି ଧମକ ଦିଆଯାଇଥିଲା । ମାଜିଷ୍ଟ୍ରେଟ୍ଙ୍କୁ ମାରପିଟ କରିବା ଘଟଣାରେ ଶାସକ ବିଜୁ ଜନତା ଦଳର ବିଧାୟକ ପ୍ରଦୀପ ମହାରଥୀଙ୍କୁ ଜେଲ୍ ପଠାଯାଇଛି । ଏହା ଓଡିଆ ମାନଙ୍କର ବିଜୟ । ନବୀନଙ୍କ ଗୁଣ୍ଡାଗିରି ଶେଷ ହେବ ଓ ନରେନ୍ଦ୍ର ମୋଦିଙ୍କ ହାତମୁଠା ଟାଣ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଖଣି ମାଫିଆଙ୍କ ପାଖରେ ଆଜି ଓଡିଶାର ନେତତ୍ୱ ବନ୍ଧା ପଡିଛି । ତାମିଲନାଡୁର ଖଣି ମାଫିଆ ଓଡିଆ ଲୋକଙ୍କ ମାଲିକ ସାଜିଛି । ଏହାର ଜବାବ ଦେବା ଦରକାର । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ୧୯ ବର୍ଷର ପୁଅଟିଏ ପରିବାର ପ୍ରତିପୋଷଣର କ୍ଷମତା ରଖେ । ମାତ୍ର ୧୯ ବର୍ଷରେ ନବୀନ ବାବୁ ଓଡିଆ ଲୋକଙ୍କ ଉପରେ ମୁଣ୍ଡ ପିଛା ଋଣ ୨୯, ୦୦୦ ଟଙ୍କା ଏବଂ ଓଡିଶାରେ ମୋଟ ୧ ଲକ୍ଷ କୋଟି ଋଣ ଭାର ଲଦିଲେଣି । ଏହା ମୁଖ୍ୟମନ୍ତ୍ରୀଙ୍କ ପାରିବା ପଣିଆ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଓଡିଶାରେ ଗରିବୀ ବଢିବାରେ ଲାଗିଛି । ସାରା ଦେଶରେ ଦାରିଦ୍ରତା କମୁଥିବା ବେଳେ ଓଡିଶାର ୩୩ ଭାଗ ଲୋକ ଦାରିଦ୍ର ସୀମା ରେଖା ତଳେ ଅଛନ୍ତି । ମୋଦି ଆସିଲେ ଓଡିଶାରେ ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପପ୍ରଚାର କରୁଛନ୍ତି । ଓଡିଶାରେ ବିଜେପି ସରକାର ହେଲେ ରାଜ୍ୟର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ । ଏହା ଡବଲ ଇଞ୍ଜିନର ସରକାରର ପ୍ରତିଜ୍ଞା । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ୨୫ଟି ଜିଲ୍ଲାରେ ଗର୍ଭବତି ମହିଳା ଓ ଶିଶୁମାନେ କୁପୋଷଣର ଶୀକାର ହୋଇଛନ୍ତିା ନଗଡା ଏହାର ସବୁଠୁ ବଡ ପ୍ରମାଣ । ରାଜ୍ୟରେ କୁପୋଷଣକୁ ବନ୍ଦ କରି ସୁପୋଷଣର ଦାୟିତ୍ୱ ନରେନ୍ଦ୍ର ମୋଦିଙ୍କ ସରକାର ନେବ ବୋଲି ସେ କହିଛନ୍ତି । ଗରିବଙ୍କ କଲ୍ୟାଣ ପାଇଁ ନରେନ୍ଦ୍ର ମୋଦି ପ୍ରତିବଦ୍ଧ । ଓଡିଶାକୁ ବିଶ୍ୱ ବ୍ୟବସାୟରେ ଆଗକୁ ନେବା ମୋଦିଙ୍କ ଦ୍ୱାରା ସମ୍ଭବ । ବିଜେପି ସରକାର ଓଡିଶାରେ ହେଲେ ଓଡିଶାର ବିକାଶ ହେବ ବୋଲି ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ପ୍ରଧାନ ରାଜ୍ୟରେ ଏହି ବିଜୟ ସଂକଳ୍ପ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ପଦ୍ମ ଫୁଲରେ ମୋହର ମାରି ଦଳୀୟ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରି ଓଡିଶାରେ ଡବଲ ଇଞ୍ଜିନର ସରକାର କରିବାକୁ ଆହ୍ୱାନ କରିଥିଲୋ