ବିଡିଓଙ୍କୁ ର୍ଦୁବ୍ୟବହାର ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାନଯିବା ପ୍ରତିବାଦରେ କର୍ମଚାରୀଙ୍କ ଆନ୍ଦୋଳନ
ହାଟଡ଼ିହି, : ହାଟଡିହି ବ୍ଲକର ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ଗତ ୨୪ତାରିଖ ଦିନ ର୍ଦୁବ୍ୟବହାର କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାନଯିବା ପ୍ରତିବାଦରେ କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରିଛନ୍ତି । ଗତ ୨୪ତାରିଖ ଦିନ ମରୈଗାଁର ସୁଧାଶୁଂ ମଲ୍ଲିକ ନାମକ ଜଣେ ଯୁବକ ଅପରାହ୍ନ ୩ଟାବେଳେ ବ୍ଲକରେ ପସି ବିଡିଓଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁନେଇ ବ୍ଲକ କାର୍ଯ୍ୟାଳୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସେହିଦିନ ସନ୍ଧ୍ୟାରେ ବିଡିଓ ସୁଶାନ୍ତ ବାରିକ ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଥାନା କେସନଂ ୯୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଗତକାଲି ଅନ୍ୟତମ ଅଭିଯୁକ୍ତ ଅମରେଶ ଜେନାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିôତବାବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରି ଡବ୍ଲୁଇଓ ଲକ୍ଷ୍ମୀକାନ୍ତ ବାରିକ, ଜିପିଇଓ ନବୀନ ଚନ୍ଦ୍ର ନାୟକ, ଏମ.ଆଇ ଶ୍ୟାମ ମାଝୀ, ବିଏସଏସଓ ଶରତ କୁମାର ନାଇକ, କିରାଣୀ ହର କୁମାର ନାଇକ, ପ୍ରମୋଦ ନାୟକ, ଅଚ୍ୟୁତାନନ୍ଦ ଦାଶ, ଅବିନାଶ ପତି, ରାଜେଶ କୁମାର ସାହୁ, ସ୍ୱପ୍ନାରାଣୀ ସ୍ୱାଇଁ, ସବିତା ରାଣୀ ଆୟଚ, ମିନାକ୍ଷୀ ମଞ୍ଜରୀ ଜେନା, ମିତାଲି ମୋନାଲିସା ମହାପାତ୍ର, ପ୍ରଶାନ୍ତ କୁମାର ସେଠୀ, ନିରଞ୍ଜନ ବାରିକ, ମମତାମୟୀ ସାମଲ, କନିଷ୍ଠଯନ୍ତ୍ରୀ ଲାଖାଇ ମୁର୍ମୁୁ, ସୁକାନ୍ତ କୁମାର ନାୟକ, ରତିକାନ୍ତ ଲେଙ୍କା, ଜ୍ୟୋତିରଞ୍ଜନ ସାମନ୍ତରାୟ, ସଞ୍ଜୁକ୍ତା ବେହୁରିଆ, ସୁଧାକର ପଣ୍ଡା, ରବିନ୍ଦ୍ରନାଥ ସୋରେନ, ପ୍ରଫୁଲ ଚନ୍ଦ୍ର ବେହେରା, ଶ୍ରଦ୍ଧାଞ୍ଜଳୀ ସାହୁ, ପିଇଓ ଶରତ କୁମାର ବେଜ, ମହେଶ୍ୱର ସାହୁ ବେଣୁଧର ପୃଷ୍ଟି, କୋଦଣ୍ଡଧର ପଣ୍ଡା, ସୁରେଶ କୁମାର ସେଠୀ, ରମେଶ ମାଝୀ, ନରହରି ନାୟକ, ଅମୁଲ୍ୟ କୁମାର ପହି, ଚିନ୍ତାମଣି ଦାସ, ଜିତେନ୍ଦ୍ର କୁମାର ଜେନା,ନାରାୟଣ ଜେନା, ମଧୁସ୍ମିତା ମହାନ୍ତି, ରମେଶ ମାଝୀ, ଡମ୍ବରୁଧର ପଟ୍ଟନାୟକ, ଘନଶ୍ୟାମ ନାଇକ, ଜ.ିଆର.ଏସ ରା୍ମିରେଖା ଜେନା, ପ୍ରଶାନ୍ତ କୁମାର ବାରିକ, ନିରଞ୍ଜନ ବାରିକ, ପୁର୍ଣ୍ଣେନ୍ଦୁ କୁମାର ଥାଟୋଇ, ସୌଭାଗିନୀ ରାୟସର୍ଦ୍ଦାର, ଜିନତ ଖାତୁନ, ବିନୟ କୁମାର ମଲ୍ଲିକ, ବିକାଶ କୁମାର ଜେନା, ସୀମାନ୍ତ କୁମାର ନାୟକ, ପ୍ରଫୁଲ କୁମାର ମାଝୀ, ବଳରାମ ମଲ୍ଲିକ, ଜ୍ୟୋତିସ୍ମିତା ସେନାପତି, ଗୋଲେଖ ବିହାରୀ ନାଇକ, ମଧୁଛନ୍ଦା ଗିରି, ସଶ୍ମିତା ବେହେରା, ଅନନ୍ତ ଚରଣ ସ୍ୱାଇଁ, ଜଗବନ୍ଧୁ ଜେନା, ସବିତା ରାଉତ, ରାଜୀବ ଦାସ, ମାନସ ରଞ୍ଜନ ଲେଙ୍କା, ବିଜୟ କୁମାର ପଳତା, ବିନୋଦ ବିହାରୀ ସାହୁ, ସୁଦର୍ଶନ ଘଡେଇ, ଭଗବାନ ସେଠୀ ଙ୍କ ସମେତ ଶତାଧିକ କର୍ମଚାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିଥିଲେ । ଖବରପାଇ ନନ୍ଦିପଦା ଥାନା ଆଇଆଇସି ମାନସ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବାପାଇଁ ଚଢ଼ାଉ ଜାରି ରହିଥିବା କହିବା ସହିତ କିଛିଦିନ ସମୟ ମାଗିଥିଲେ । ଫଳରେ କର୍ମଚାରୀମାନେ ଆନ୍ଦୋଳନରୁ ଓହରି ଯିବାସହିତ ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।