ସାଇ ଭଜନ ଉନ୍ମୋଚନ
ବ୍ରହ୍ମପୁର,(ସୁଦିପ କୁମାର ସାହୁ):ଚ୍ୟାନେଲ ଡିପି କ୍ରିଏସନ ତରଫରୁ ବ୍ୟାଙ୍କ କଲୋନୀ ସ୍ଥିତ ଶିରିଡ଼ି ସାଇବାବା ଙ୍କ ମନ୍ଦିର ରେ ଶିରିଡ଼ି ସାଇ ବାବାଙ୍କ ଏକ ଭଜନ ସଙ୍ଗୀତ ପ୍ୟାର୍ ସେ ବୋଲୋ ସାଇ ନାମରେ ଉନ୍ମୋଚନ ହୋଇଯାଇଛି ।ଏହି ଭଜନରେ ପ୍ରକାଶ ଚନ୍ଦ୍ର ସାହୁ ଓ ରାଜେଶ କୁମାର ପ୍ରଧାନ କଣ୍ଠ ଦାନ କରିଥିବା ବେଳେ ରଚନା ଓ ସଙ୍ଗୀତ ସଂଯୋଜନାରେ ଉମାଶଙ୍କର ମିଶ୍ର ସହଯୋଗ କରିଛନ୍ତି । ଭଜନ ସଙ୍ଗୀତ ଉନ୍ମୋଚନ ଅବସରରେ ଅତିଥି ରୂପେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଗଣେଶ ପଟ୍ଟନାୟକ, କଣ୍ଠଶିଳ୍ପୀ ମନୋଜ ପାଣିଗ୍ରାହୀ ବରିଷ୍ଠ ସାମ୍ବାଦିକ ଓ କଣ୍ଠଶିଳ୍ପୀ ସୁଦୀପ କୁମାର୍ ସାହୁ ଓ ତିରୁପତି ନାୟକ ପ୍ରମୁଖଙ୍କ ସମେତ ସାଇମନ୍ଦିର କମିଟିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଠାରେ ଉପସ୍ଥିତ ଥିଲେ ।ଏହି ଭଜନ ଟି ହିନ୍ଦୀ ରେ କରାଯାଇଛି ଏହା ଭକ୍ତ ମାନଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି । ଏହାର ଭିଡିଓ ଏଡିଟିଙ୍ଗ ରାଜ ଷ୍ଟୁଡିଓ ରେ କରାଯାଇଛି ବୋଲି କଳାପ୍ରେମୀ ରାଜ କହିଛନ୍ତି । ଲିଲି ମହାରଣାଙ୍କ ଷ୍ଟୁଡିଓ ବିଦ୍ୟାରୁପା ରେ ଏହାର ରେକର୍ଡିଙ୍ଗ କରାଯାଇଛି ।


