ଅଙ୍ଗନୱାଡି କେନ୍ଦ୍ରରେ ପୋଷଣ ଉତ୍ସବ ୨୦୨୬

ସମ୍ବଲପୁର,(ଲିପନ ନାଏକ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଖଣ୍ଡୋକଟା ଗ୍ରାମରେ ଅଙ୍ଗନୱାଡି କର୍ମୀ ଗିରିଜା ବକ୍ରା ଙ୍କ ଅଧକ୍ଷତା ରେ ଗ୍ରାମରେ ଶିଶୁ, ମିହିଳା ମାନଙ୍କୁ ନେଇ ପୋଷଣ ଉତ୍ସବ ୨୦୨୬ ପାଳିତ ହୋଇଯାଇଛି l ଏହି କ୍ରଯ୍ୟକ୍ରମ ଦୀପାଞ୍ଜଳି ଉର୍ମା ପରିଚାଳନା କରିଥିବାବେଳେ ଗ୍ରାମର ମହିଳାମାନେ ସାହାଯ୍ୟ ସହଯୋଗ କରିଥିଲେ l ମୁଖ୍ୟ ଅତିଥିଭାବେ ଖଣ୍ଡୋକଟା ଗ୍ରାମର, ନାଏବ ସରପଞ୍ଚ ରାଜକିଶୋର ସେଠି, ଆଶା ପୁଷ୍ପାଞ୍ଜଳି ପୃସେଠ, ପଙ୍କଜିନୀ ଉର୍ମା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସୂତି ଭିଟାମିନି ଯୁକ୍ତ ଖାଦ୍ୟ ଉପରେ ଉପସ୍ଥିତ ଥିବା ଶିଶୁ, ମହିଳାଙ୍କୁ ବିସ୍ତୃତ ଭାବରେ ବ୍ୟାଖ୍ୟା କରି ବୁଝାଇଥିଲେ l ଗ୍ରାମର ବ୍ୟକ୍ତି ମାନେ ଉପସ୍ଥିତ ରହି ଖାଦ୍ୟ ସଚେତନତା ଏବଂ ପୋଷଣର ବିଭିନ୍ନ ଉପକାରିତା ବିଷୟରେ ବକୃତା ପ୍ରଦାନ କରି ପୁରସ୍କୃତ ଲାଭ ହୋଇଥିଲେ l ଲୋକନାଥ ଉର୍ମା, ବିମଲ ମହାନଦିଆ ଲେଲିନ ମନୋହାରୀ ଶେଷରେ ଶେଷଦେବ ଉର୍ମାଙ୍କଠୁ ପୁରସ୍କୃତ ହୋଇଥିଲେ l ଶେଷରେ ଅଙ୍ଗନୱାଡି କର୍ମୀ ସମସ୍ତଙ୍କୁ ସାମ୍ମନର ସହିତ ବିଦାୟ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ