ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଝୁଟୁଣା ପଂଚାୟତ ଆମ୍ବଗଡ଼ିଆ ଗ୍ରାମର ବଂଶୀଧର ରାଉତଙ୍କ ପୁଅ ନିରାକାର(୨୮) ଇନଭର୍ଟର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଆଜି ଦିନପ୍ରାୟ ୪.୩୦ମିନିଟ ସମୟରେ ନିରାକାର ସ୍ଥାନୀୟ ବିଶୋଳ ଗ୍ରାମର ନରହରି ପଣ୍ଡାଙ୍କ ଘରକୁ ଇନଭର୍ଟର ଲଗାଇବା ପାଇଁ ଯାଇଥିଲେ । ସେଠାରେ ବିଭିନ୍ନ ଯନ୍ତ୍ରାଂଶ ସଂଯୋଗ କରୁଥିବା ବେଳେ ଇନଭର୍ଟର ଦ୍ୱାରା ଗଭୀର ବିଦ୍ୟୁତ ଆଘାତ ପାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ନିରକାରଙ୍କୁ ମୃତ ଘୋଷଣା କରିଥିଲେ । ପରିବାରର ରୋଜଗାରିଆ ପୁଅକୁ ହରାଇ ବାପା ମାଆ ସମ୍ପୁର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ଗ୍ରାମବାସୀ ମାନେ ନିସ୍ତବ୍ଧ ହୋଇଯାଇଛନ୍ତି । ଯୁବକଙ୍କ ଅକାଳ ବିୟୋଗ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ