ବିଧାୟକଙ୍କ ତରଫରୁ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଦୁଇ ବ୍ୟକ୍ତିଙ୍କ ପରିବାରକୁ ସହାୟତା

ବୁଗୁଡା (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକର ଜଣେ ପୁରୁଷ ଓ ଜଣେ ମହିଳା ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଦୁଇ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି। ଶନିବାର ଦିନ ବି.କରଡ଼ାବାଡ଼ି ଗ୍ରାମର ରମେଶ ନାୟକ ସେହି ଗ୍ରାମର ମୁଖ୍ୟ ରାସ୍ତା କଡ ବନ୍ଧରେ ରାତ୍ରରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ରବିବାର ଦିନ ବିଧାୟକ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି କୁଆନଳା ଗ୍ରାମର ସୁଧୀର ସାହୁଙ୍କ ପତ୍ନୀ ନମିତା ସାହୁ ଗ୍ରାମ ପାଖ କୁସୁମୀ ନାଳକୁ ରବିବାର ଦିନ ସକାଳେ ସ୍ନାନ କରିବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ସୋମବାର ଦିନ ବିଧାୟକ ଶ୍ରୀ ସାହୁ କୁଆନଳା ଯାଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଉଭୟ ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀକାନ୍ତ ସାହୁ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ