ବିଧାୟକଙ୍କ ପଳସଂହା କୁଲିଆତୁଲ ବନାତ ରାବିୟା ବସରିୟା ପରିଦର୍ଶନ ଓ ସହାୟତା ଘୋଷଣା
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ରବିବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସଂହାସ୍ଥିତ କୁଲିଆତୁଲ ବନାତ ରାବିୟା ବସରିୟା (ବାଳିକା ମଦ୍ରାସା) ପରିଦର୍ଶନ କରିବା ସହିତ ସେଠାରେ ଉପସ୍ଥିତ ମୈାଲାନା ଫକିରୁଦ୍ଦିନ ଆସୀଙ୍କ ସହ ମଦ୍ରାସାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରା ମଦ୍ରାସାର ଗୃହ ନିର୍ମାଣ ନିମନ୍ତେ ତାଙ୍କ ବିଧାୟକ ଆଂଚଳିକ ପାଣ୍ଠିରୁ ୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ବିଧାୟକ ଶ୍ରୀ ବେହେରାଙ୍କ ସହିତ ରାଜ୍ୟ ପଛୁଆବର୍ଗ,ଏସି ଏସଟି ଓ ସଂଖ୍ୟାଲଘୁ ବିଭାଗର ପରାମର୍ଶଦାତା ମୁନା ଖାଁ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ରିଜୱାନା ବେଗମ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମହମ୍ମଦ ସେକ ଇନାୟତ(ଚନ୍ଦନ), ମହସିମ ଖାନ, ମୀର ସଫିକ, ସେକ ଗୁଲବାବୁ, ସେକ ଗୋଫ୍ରାନ ପ୍ରମୁଖ ଉପସ୍ଥିତ ଥିଲେ ।