ବିଧି ଅନୁଯାୟୀ ଚଳିତ ବର୍ଷ ମନ୍ଦିର ପରିସରରେ ରଥଯାତ୍ରା କରିବା ପାଇଁ ନିଷ୍ପତି
ହିଞ୍ଜିଳିକାଟୁ, (ୱାଇଏନଏସ): ସାରା ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବା ବେଳେ ଏହାକୁ ରୋକିବା ଲାଗି ସରକାର ୪ଟି ପର୍ଯ୍ୟାୟ ଲକଡ଼ାଉନ ଅବଧି ପୁରଣ ପରେ ଚଳିତ ୧ ତାରିଖ ଠାରୁ ଅନଲକ୍-୧ ଲାଗୁ କରିଛନ୍ତି । ରାଜ୍ୟ ସରକାର ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ୨ଦିନ ଶନି ଓ ରବିବାର ସଟଡ଼ାଉନ ଘୋଷଣା କରାଯିବା ସହ ସନ୍ଧ୍ୟା ୭ଟାରୁ ପରଦିନ ଭୋର ୫ଟା (୧୦ଘଂଟା) ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ସପ୍ତାହକୁ ୨ଦିନ ଶନି ଓ ରବିବାର ସଟଡ଼ାଉନ ଘୋଷଣା କରାଯିବା ସହ ସନ୍ଧ୍ୟା ୭ଟାରୁ ପରଦିନ ଭୋର ୭ଟା (୧୨ ଘଂଟା )ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂକ୍ରମଣ ଭୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ସ୍ଥାନୀୟ ଅଂଚଳର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏ ନେଇ ଏକ ପ୍ରସ୍ତୁତି ବୈଠକ ହିଞ୍ଜିଳି ଥାନା ପରିସରରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରେୀ ଡ଼ଃ. ମନୋରଞ୍ଜନ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଚଳିତ ବର୍ଷର ରଥଯାତ୍ରା କେବଳ ବିଧି ଅନୁସାରେ ମନ୍ଦିର ପରିସରରେ ରଥଯାତ୍ରା କରିବା ସକାଶେ ନିଷ୍ପତି ଗ୍ରହଣ କରାଯାଇଥିଲା । ସ୍ଥାନୀୟ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାର କମିଟି ଓ ମନ୍ଦିର କର୍ମକର୍ତାଙ୍କୁ ଅବଗତ କରାଇପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ଏବଂ ଯାତ୍ରା ସମୟରେ ଭକ୍ତଙ୍କୁ ମନ୍ଦିର ମଧ୍ୟରେ ପୂଜାର୍ଚ୍ଚନା ଓ ଦର୍ଶନ ସକାଶେ ସମ୍ପୁର୍ଣ୍ଣ ନିଷେଧ କରାଯାଇଛି । ପ୍ରଶାସନର ଏଭଳି ନିଷ୍ପତି ପରେ ଭକ୍ତଙ୍କ ମନରେ ନୈରାଶଭାବ ସୃଷ୍ଟି ହୋଇଛି ।


