ବିଶ୍ୱ ପରିବେଶ ଦିବସ ପାଳିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପ୍ରତିବର୍ଷ ମଇ ୫ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରା ଯାଉଛି।ଶୁକ୍ରବାର ପାଳିତ ହୋଇଛି ବିଶ୍ୱ ପରିବେଶ ଦିବସ। ୨୦୨୦ ବିଶ୍ୱ ପରିବେଶ ଦିବସ ର ଥିମ ହେଉଛି”ପ୍ରକୃତି ପାଇଁ ସମୟ”।ଜଳବାୟୁ ପରିବର୍ତ୍ତନ ବିଶ୍ୱ ପରିବେଶକୁ ପ୍ରଭାବିତ କରିଛି।ଆଧୁନିକ ସଭ୍ୟତା ଆଳରେ ପରିବର୍ତ୍ତନ ପରିବେଶକୁ ବିଗାଡି ଦେଇଛି ଆଜିର ସମାଜ।ଏବେ ପ୍ରଦୂଷିତ ଭଳି ଭୟରେ ପରିସ୍ଥିତିର ସମ୍ମୁଖୀନ ହେଉଛି ସଭ୍ୟତା।ଏହି ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷା ସମସ୍ତଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି।ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକୁ ସଙ୍ଗରୋଧ କେନ୍ଦ୍ର ଭାବେ ବ୍ୟବହୃତ କରିଛନ୍ତି।ଏଣୁ ସ୍ଥାନୀୟ ସହରର ସରକାରୀ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଅନ ଲାଇନ ଯୋଗେ ଚିତ୍ରାଙ୍କନ ଏବଂ ସ୍ଲୋଗାନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି।ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ତତ୍ତ୍ୱାବଧାନରେ ଏବଂ ଇକୋ କ୍ଲବ ଓ ସ୍କାଉଟ ଗାଇଡ଼ ଦ୍ୱାରା ପରିଚାଳିତ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ପରିବେଶ ସୁରକ୍ଷା ସଂକ୍ରାନ୍ତରେ ଚିତ୍ରାଙ୍କନ ଏବଂ ସ୍ଲୋଗାନ ପ୍ରେରଣ କରି ସଚେତନତା ସୃଷ୍ଟି କରିଥିଲେ।ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଶାନ୍ତ ମଲ୍ଲିକ, ସୁନିତା ସାହୁ,ଏ ସୁମିତ୍ରା ଆଚାରୀ , ରଶ୍ମିନୀ ସାବତ ଏବଂ ସ୍ଲୋଗାନ ପ୍ରତିଯୋଗିତାରେ ସୁଧାମୟୀ ଦାସ, ଦେବଦତ୍ତ ରଥ ଓ ଅମ୍ରିତ ବେହେରା ପ୍ରମୁଖ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ କୃତୀ ପ୍ରତିଯୋଗୀ ଭାବେ ଯୋଗ୍ୟ ବିବେଚିତ ହୋଇଥିଲେ।ଏହି ଉପଲକ୍ଷେ ସବୁଜ ବିପ୍ଳବ ସୃଷ୍ଟି ନିମନ୍ତେ ସଂପୃକ୍ତ ବିଦ୍ୟାଳୟ ପ୍ରକୃତି ମିତ୍ର ପୁରସ୍କାର ଲାଭ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୁନୀ ସୂଚନା ଦେଇଛନ୍ତି।


