ବିନା ଅଗ୍ନିସୁରକ୍ଷା ପ୍ରମାଣପତ୍ରରେ ମାଳମାଳ ସୋରୁମ ଓ ଅଟ୍ଟାଳିକା

ଅଗ୍ନିଶମ ନିୟମକୁ ଖୋଲାଖୋଲି ଉଲଙ୍ଘନ

ହିଞ୍ଜିିଳିକାଟୁ,(ଶେଷଦେବ ସାହୁ) : ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ତଥା ରାଜ୍ୟ ମୁଖିଆଙ୍କ ଗଡ଼ର ଏକମାତ୍ର ପୌରାଂଚଳ ହିଞ୍ଜିଳିକାଟୁ ସହର ଏବଂ ଏହାର ଆଖପାଖ ଅଂଚଳରେ ଦିନକୁ ଦିନ ବଡ଼ବଡ଼ କୋଠା ନିର୍ମାଣ ଚାଲିଥିଲେ ମଧ୍ୟ କୋଠା ଗୁଡ଼ିକରେ ଅଗ୍ନି ମୁକାବିଲା ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି । ନିଆଁ ଲାଗିଲେ କ୍ଷଣିକରେସବୁ କିଛି ଧ୍ୱଂସ ହୋଇଯିବ । ସହରରେ ବହୁ ସୋରୁମ୍‌, ବହୁତଳ ବିଶିଷ୍ଟ କୋଠା ରହିଛି । ସୋରୁମ୍ ଓ ଆପାର୍ଟମେଂଟ ଗୁଡ଼ିକରେ ଅଗ୍ନିସୁରକ୍ଷା ନିୟମ ପାଳନ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିଲେ ମଧ୍ୟ ଗୋଟିଏ ବି ସୋରୁମ୍ କିମ୍ବା କୋଠାରେ ସରକାରୀ ଗାଇଡ଼ ଲାଇନ ଅନୁସାରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା କରିନଥିବା ଆଲୋଚିତ ହେଉଛି । ନ୍ୟାସନାଲ ବିଲ୍ଡିଂ କୋଡ଼୍ ଅନୁସାରେ ଅଗ୍ନିସୁରକ୍ଷା ଗାଇଡ଼ ଲାଇନ ଜାରୀ ହୋଇଛି । ଗାଇଡ଼ ଲାଇନ ଅନୁସାରେ ପ୍ରତି ବୃହତ କୋଠା ଓ ଅଟ୍ଟାଳିକାକୁ ଦମକଳ ଗାଡ଼ି ପଂହଚି ପାରିବାର ବ୍ୟବସ୍ଥା ରହିବା ଆବଶ୍ୟକ । ଏହା ସହ ପ୍ରତି କୋଠା ଓ ସପିଂମଲରେ ଫାୟାର୍‌ଆଲାରାମ୍‌, ଅଗ୍ନି ନିର୍ବାପକ ଯନ୍ତ୍ର, ସ୍ୱଂୟଚାଳିତ ସ୍ପ୍ରିଙ୍କଲର ବ୍ୟବସ୍ଥା, ହାଇଡ଼୍ରା ପଏଂଟ ବ୍ୟବସ୍ଥା ରହିବା ଆବଶ୍ୟକ । ଏପରିକି କୋଠା ଉଚ୍ଚତା ଅନୁସାରେ ପାଣି ଟାଙ୍କି(ହାଇଡ଼୍ରା ପଏଂଟ) ରଖାଯିବା ନିୟମ ରହିଛି, କିିନ୍ତୁ କୋଠା ନିର୍ମାଣ ବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ପୌରଂଚଳ ମଧ୍ୟରେ ମାଳମାଳ କୋଠା, ଅଟ୍ଟାଳିକା ଓ ସୋରୁମ୍ ରହିଥିଲେ ସୁଦ୍ଧା ଗୋଟିଏ ବି କୋଠା ନିର୍ଦ୍ଧିଷ୍ଟ ଗାଇଡ଼ ଲାଇନ ଅନୁସାରେ ନିର୍ମିତ ହେଉନଥିବା ଜଣାପଡ଼ିଛି । ରାଜ୍ୟ ସରକାର ଓଡ଼ିଶା ଅଗ୍ନିଶମ ସେବା ଆଇନ ପ୍ରଣୟନ କରିଛନ୍ତି ।ଆଇନର ଧାରା ୨୬ ଅଧିନିୟମ ଅନୁସାରେ ଓଡ଼ିଶା ଅଗ୍ନି ନିର୍ବାପକ ଏବଂ ଅଗ୍ନି ନିରାପତା ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାର ନିୟମ ରହିଥିଲେ ମଧ୍ୟ ସ୍ଥାନୀୟ ଅଗ୍ନିଶମ ବିଭାଗୀୟ ଅଧିକାରୀ ହାତଗଂଜା ନେଇ ନିରବ ସାଜୁଥିବା ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ବୃହତ ଅଟ୍ଟାଳିକା, ଡ଼ାକ୍ତରଖାନା, ହୋଟେଲ ଏବଂ ବଡ଼ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଅଗ୍ନିସେବା ଆଇନ ଅନୁସାରେ ଅଗ୍ନିଶମ ନିରାପତା ପ୍ରମାଣପତ୍ର ଅନିବାର୍ଯ୍ୟ ହୋଇଥିଲେ ମଧ୍ୟ ସ୍ଥାନୀୟ ସହରରେ ଅବସ୍ଥାପିତ ବହୁ ବ୍ୟବସାୟିକ ଅନୁଷ୍ଠାନ ସଂପୃକ୍ତ ନିୟମକୁ ଉଲଘଂନ କରୁଥିବାର ଦେଖିବାକୁ ମିଳିଛି । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାର କାର୍ଯ୍ୟକାରୀ କରିଥିବା ଅଗ୍ନି ନିରାପତା କାର୍ଯ୍ୟକ୍ରମ ହିଂଜିଳିକାଟେୁ ଅଂଚଳରେ ଯେପରି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ, ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ