ବିନା ଦର୍ଶକରେ ହେବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ ମ୍ୟାଚ

ନୂଆଦିଲ୍ଲୀ: ଚଳିତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦିନିକିଆ ଶ୍ରୁଙ୍ଖଳର ଆଗାମୀ ଦୁଇଟି ମ୍ୟାଚ ଦର୍ଶକ ଶୂନ୍ୟ ହୋଇପାରେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ ଯଥାକ୍ରମେ ଲକ୍ଷ୍ନୌ ଏବଂ କୋଲକାତାରେ ଖେଳାଯିବ। କରୋନା ଭାଇରସ୍ କାରଣରୁ ବନ୍ଦ ଦ୍ୱାର ପଛରେ ଖେଳାଯିବ ବୋଲି ସୂଚନା ମିଳିଛି। ଦ୍ୱିତୀୟ ଦିନିକିଆ ମାର୍ଚ୍ଚ ୧୫ ରେ ଏବଂ ତୃତୀୟଟି ମାର୍ଚ୍ଚ ୧୮ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ୟୁପିସିଏ) ର ଜଣେ ଅଧିକାରୀ କହିଛନ୍ତି, “କ୍ରୀଡା ମନ୍ତ୍ରଣାଳୟ ପରାମର୍ଶ ପରେ ଆମେ ନିଜ ଭିତରେ ଏବଂ ବିସିସିଆଇର ଅଧିକାରୀଙ୍କ ସହ ଆଲୋଚନା କରିଥିଲୁ। ଯାହାଫଳରେ ଆମେ ଦ୍ୱିତୀୟ ଦିନିକିଆ ଦର୍ଶକ ବିନା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ।”
ସେହିପରି ମାର୍ଚ୍ଚ ୧୮ରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ପାଇଁ ଇଡେନ୍ ଗାର୍ଡେନରେ ଦର୍ଶକ ଶୂନ୍ୟ ହୋଇପାରେ ବୋଲି ଖବର ମିଳିଛି। ଏନେଇ କୌଣସି କ୍ରିକେଟ୍ ଆସୋସିଏସନ୍ ତରଫରୁ ଔପଚାରିକ ଘୋଷଣା କରାଯାଇନାହିଁ। ତେବେ ଆସନ୍ତା ଦିନେ ଦୁଇଦିନ ଭିତରେ ଏହାର ଘୋଷଣା କରାଯିବା ନେଇ ଆଶା କରାଯାଉଛି। ଭାରତ ସରକାର ଦ୍ଵାରା ଗୁରୁବାର ଦିନ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ), ସମସ୍ତ ନ୍ୟାସନାଲ ସ୍ପୋର୍ଟସ ଫେଡେରେସନ୍ (ଏନଏସ୍ଏଫ୍) ଏବଂ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) କୁ ଦେଇଥିବା ପରାମର୍ଶରେ କହିଛି ଯେ ସେମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ପାଳନ କରିବା ଉଚିତ୍।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ