ବିପ୍ଳବୀ ଆନନ୍ଦ ଜେନା ସ୍ମୃତି ସଂସଦ ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
କେନ୍ଦ୍ରାପଡା :ଓଡିଆ ଜାତିର ପ୍ରତିଷ୍ଠାତା,ଗରିବଜନତାଙ୍କ ଦୁଃଖରେ ସର୍ବଦା ମ୍ରିୟମାନ,ସଂଗ୍ରାମୀ ତଥା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୨ତମ ତିରୋଧାନ ଦିବସ ଅବସରରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି ସଂସଦ ପକ୍ଷରୁ କୋର୍ଟ ପରିସରରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମଙ୍ଗଳବାର ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍ମୃତି ସଂସଦର ଉପସଭାପତି ବରିଷ୍ଠ ଆଇନଜିବୀ ପ୍ରଦିପ କୁମାର ଦାଶ,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ଆଇନଜିବୀ ମନୋଜ କୁମାର ସାହୁ,ଅରୁଣ କୁମାର ଦାସ,ମାନସ ଧଳ,ନିରଞ୍ଜନ ବଳ,ବିରେନ୍ଦ୍ର ଦାସ,ରମଣୀରଞ୍ଜନ ରାଉତରାୟ,ଲଳିତେନ୍ଦୁ ପଣ୍ଡା,ସୁବାଷ ରାଉତ,ଜଗନ୍ନାଥ ବାରିକ,ଯୁଗ୍ମ ସଂପାଦକ ଶେଷଦେବ ଦାସ,ସନ୍ତୋଷ ମହାନ୍ତି,ପ୍ରଶାନ୍ତ ମହାରଣା ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।