ବିଭିନ୍ନ ବିଦ୍ୟାଳୟରେ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ସମାରୋହ
ହାଟଡ଼ିହି, (ବିକାଶ ବିଶ୍ୱାଳ):ସ୍ୱାଧିନତାର ୭୫ତମ ବର୍ଷ ପୁର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ସମାରୋହ ସପ୍ତାହ ପାଳିତ ହୋଇଛି । ୧୧ତାରିଖ ଠାରୁ ୧୭ତାରିକ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ସପ୍ତାହ ଅବସରରେ ଆଜି ଶାସଙ୍ଗ ସରକାରୀ ନୋଡାଲ ୟୁପି ସ୍କୁଲ, ବୈଦାଖିଆ ସେବାଶ୍ରମ, ଛେନାପଦି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋପାଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୋସୋ ବାଳିକା ଉଚ୍ଚ ବିଦ୍ୟାଳୟ, ପନ୍ଦାଡୋ ଉଚ୍ଚ ପ୍ରାଥମିକ ଆଦି ବିଦ୍ୟାଳୟ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଜାତୀୟ ସଂଗୀତ ଗାନ କରିଥିଲେ । ପରେ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରି ପ୍ରଭାତ ଫେରୀ କରିବା ସହିତ ‘ହରଘର ତ୍ରୀରଙ୍ଗା’ ପାଳନର ମହତ୍ୱ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇଥିଲେ । ଅଧିକାଶଂ ବିଦ୍ୟାଳୟରେ ମଧ୍ୟ କୁଇଜ, ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା ।