ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ବିକ୍ଷୋଭ ଶୋଭା ଯାତ୍ରା ଓ ବ୍ଲକ ଘେରାଉ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ୍ ର ବିଭିନ୍ନ ମୌଳିକ ସମସ୍ୟା ର ସମାଧାନ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ପ୍ରଞ୍ଚୟାତର ଜନ ପ୍ରତିନିଧି, ଯୁବକ ସଂଘ, ବଣିକ ସଂଘ ଓ ଜନ ସାଧାରଣ । ସ୍ଥାନୀୟ ହାଇ ସ୍କୁଲ୍ ଠାରୁ ଶତାଧିକ ଜନସାଧାରଣ ଏକତ୍ରିତ ହୋଇ ହାତରେ ଫ୍ଲିନିଗ କାଡ଼ଧରି ନାରା ବାଜି ଦେଈ ଶୋଭା ଯାତ୍ରା ବାହାରି ବ୍ଲକ୍ କାର୍ଯ୍ୟାଳୟ ରେ ପହଞ୍ଚି ବ୍ଲକ୍ ଘେରାଉ କରି ବିକ୍ଷଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ବର୍ଷ ହେଲା ମୋହନାର ମୌଳିକ ସମସ୍ୟା ନେଇ ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ସମାଧାନ ହୋଇ ପାରୁନି। ଯାହା ଦ୍ୱାରା ୨୧ଦଫା ଦାବୀ ପତ୍ର ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ ରେ ପ୍ରଦାନ୍ କରିଥିଲେ ବିଡ଼ିଓ ଙ୍କ ଜରିଆରେ ଦାବୀ ଗୁଡ଼ିକ ହେଲା ମୋହନାରେ ବସ୍ ଷ୍ଟାଣ୍ଡ ଶିଶୁ ଉଦ୍ୟାନ, ଷ୍ଟାଡିୟମ୍ ଓ ସାହି ଗୁଡ଼ିକରେ ଡ୍ରେନ ନିର୍ମାଣ, ପାନୀୟ ଜଳ ଯୋଗାଣ, ପୋଲିସ୍ ଥାନା ରେ କର୍ମଚାରୀ ରହିବା ପାଇଁ ଗୃହ, ଉଠା ଦୁକାନି ଙ୍କୁ ମାର୍କେଟ କମ୍ପ୍ଲେକ୍ସ ପ୍ରଦାନ୍,ଶୌଚାଳୟ ନିର୍ମାଣ ବଜାର ରେ, ମେଡିକାଲରେ.ଶହେ ଶଯ୍ୟା ସମେତ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।ଯଦି ସରକାର ତଥା ପ୍ରଶାସନ ଦାବି ପୂରଣ ନ କରନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ ଆଉ ବ୍ଲକ୍ ଅଫିସ୍, ଜିଲ୍ଲା ପାଳ କାର୍ଯ୍ୟଳୟ ରେ ତାଲା ପକାଇ ବିଧାନ ସଭା ଘେରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଘେରାଉ ରେ ମୋହନା ସମିତି ସଭ୍ୟ ବାଳକୃଷ୍ଣ ମଲିକ ସିଧା ସଳଖ ୫ଟି ସଚିବ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ଙ୍କୁ ବିରୋଧ କରିବା ସହ ମୋହନା ବିଡ଼ିଓ କୋଣସୀ କାର୍ଯ୍ୟରେ ସୋହଯାଗ କରୁନାହାନ୍ତି କି କାହାରି ଫୋନ୍ ଉଠୁନହନ୍ତି ବୋଲି କହୁଛନ୍ତି ବେଳେ ସାଗର ବଳିଆରସିଂ ମଧ୍ଯ କହିଥିଲେ ୪ଟି ଶୌଚାଳୟ ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ କୁହନ୍ତୁ ତାହା ଏହି ଆନ୍ଦୋଳନ କାରୀ ଟଙ୍କା ଦେବେ ଏହି ପ୍ରସନ୍ନ ର ଉତ୍ତର ନ ଦେଈ ବିଡ଼ିଓ ସିଧା ସଳଖ ଚାଲି ଯାଇଥିଲେ ଏ ନେଇ ବିଡ଼ିଓ ତପସ୍ପିନି ହଂସଦା କହିଛନ୍ତି ବର୍ତ୍ତମାନ ସବୁ ଉନ୍ନତି ମୂଳକ କାମ ତ୍ଵରାନିତ ଚାଲୀଛି । ଯାହାବି ସମସ୍ୟା ରହିଛି ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ।


