ବିଭିନ୍ନ ସ୍ଥାନରେ ଗୁରୁ ପୂର୍ଣ୍ଣିମା ପାଳିତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଭଗବାନ ବ୍ୟାସଦେବଙ୍କ ଜନ୍ମତିଥି ଅବସରରେ ବିଭିନ୍ନ ସ୍ଥାନରେ ପବିତ୍ର ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି । ଭଣ୍ଡାରିପୋଖରୀ ବ୍ଳକ ବିରୋଳୀ ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ବିଦ୍ୟାର୍ôଥ ମାନେ ବ୍ୟାସ ଦେବଙ୍କୁ ପୂଜାର୍ଚ୍ଚନା କରିଥିବା ବେଳେ ଗୁରୁ ବନ୍ଦନା ପାଠ କରିଥିଲେ । ଶିକ୍ଷୟତ୍ରୀ ଲୋପାମୁଦ୍ରା ଦାସ, ଅନ୍ନପୂର୍ଣ୍ଣା ରାଉତ, ରାଜକିଶୋର ସାମଲ ପ୍ରମୁଖ ଗୁରୁ ମହାତ୍ମ୍ୟ ସଂପର୍କରେ ମତ ଦେଇଥିଲେ । ବ୍ଲକର ଅଗ୍ରଣି ଶିକ୍ଷାନୁଷ୍ଠାନ ଶାରଦା ବିଦ୍ୟାମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଗୁରୁ ପୂର୍ଣ୍ଣୀମା ପାଳିତ ହୋଇଥିଲା । ଛାତ୍ର ଛାତ୍ରୀ ମାନେ ବ୍ୟାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଧୂପ ଦୀପରେ ବନ୍ଦନା କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୁବ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ଯୋଗ ଦେଇ ଗୁରୁ ପରମ୍ପରା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୁରୁମା ସୁସ୍ମିତା ସ୍ୱାଇଁ, ମଧୁସ୍ମିତା, ସୁଶାନ୍ତ, ଅଜୟ ଗୁରୁଜୀ ପ୍ରମୁଖ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଗୁରୁଜୀ ଦୀଲ୍ଲିପ, ନିତ୍ୟାନନ୍ଦ, ସନ୍ତୋଷ, ଅରୁଣ, ଦମୟନ୍ତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିଭଳି ଗୀତା ଭବନ ଠାରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ତରଫରୁ ପବିତ୍ର ଗୁରୁ ପୂର୍ଣ୍ଣମା ମହା ସମାରୋହରେ ପାଳିତ ହୋଇଯାଇଛି । ସମିତି ସଭାପତି ଦୈତାରୀ ପଣ୍ଡାଙ୍କ ତତ୍ୱାବଧାନରେ ସଂପାଦକ ଜିତେନ୍ଦ୍ର ନାୟକ, ଅଶୋକ ମିଶ୍ର, ଅମରେଶ ମହାନ୍ତି, ତପନ କୁମାର ଓଝା ପ୍ରମୁଖ ବୈଦିକ ନିତି ଅନୁଯାୟୀ ଗୁରୁ ଆଶାରାମଜୀ ବାପୁଙ୍କ ପୂଜାର୍ଚ୍ଚନା କରିଥିଲେ । ସାଧକ ଭାଇ ଉଉଣୀଙ୍କ ତରଫରୁ ପ୍ରଥମେ ଗୁରୁ ବନ୍ଦନା, ଆଶା ରାମାୟଣ ପାଠ, ଗୀତା ପଠନ ଆୟୋଜନ ହୋଇଥିବା ବେଳେ ସତ୍ସଙ୍ଗ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଜ୍ଞାନ ଗୁପ୍ତା, ଦିପୁ ନାୟକ, ଜ୍ୟୋତି ରଂଜନ ମହାନ୍ତି, ଉମାମଣୀ ନାୟକ, ପବନ କୁମାର ନାୟକ, ଶୁଭସ୍ମିତା ନାୟକ, ଚନ୍ଦନ ଦାସ, ଦୁର୍ଗା ରାମ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ବହୁ ସାଧକ ଭାଇ ଉଉଣୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ