ବିଭିନ୍ନ ସ୍ଥାନରେ ସତ୍ୟ ସାଇ ବାବାଙ୍କ ଜୟନ୍ତୀ ପାଳିତ

ବୁଗୁଡା (ଯୁଗାବ୍ଦ ନ୍ୟୁଜ୍‌) ସତ୍ୟ ସାଇ ବାବାଙ୍କ ୯୪ ତମ ଜୟନ୍ତୀ ବୁଗୁଡା,ମାଣିତରା ସମେତ ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହୋଇ ଯାଇଛି।ବୁଗୁଡ଼ା ଓ ମାଣିତରାରେ ସତ୍ୟସାଇ ସମିତି ପକ୍ଷରୁ ସତ୍ୟସାଇ ବାବା ମନ୍ଦିରରେ ସକାଳୁ ବିଭିନ୍ନ କାର୍ଯକ୍ରମ ଅନୁଷ୍ଟିତ ହେବା ସହ ଏକ ରଥରେ ସତ୍ୟ ସାଇ ବାବାଙ୍କ ତୈଳଚିତ୍ର ସ୍ଥାପନ କରାଯାଇ ନଗର ପରିକ୍ରମା ହୋଇଥିଲା।ବୁଗୁଡ଼ାରେ ସମିତିର ଆବାହକ ଡାକ୍ତର ଗୋପବନ୍ଧୁ ବେହେରାଙ୍କ ନେତୃତ୍ୱରେ ଟି ସୁଦର୍ଶନ ପାତ୍ର, ଡି ଭାରତୀ,ଗୋମତି ଦାଶ,ରେବତୀ ମୋହନ ନାୟକ,ଗଣପତି ମହାରଣା,ଦୀପାଶୁଂ ପଟ୍ଟନାୟକ,ଗୀତାଞ୍ଜଳି ଦଶ,ସୁଧାଂଶୁ ପଟ୍ଟନାୟକ ପ୍ରମୁଖଙ୍କ ରୋଗୀଙ୍କୁ ଫଲବଣ୍ଟନ, ଅନ୍ନ ପ୍ରସାଦ ସେବନ, ଶୀତ ବସ୍ତ୍ର ପ୍ରଦାନ କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ।ସେହିପରି ମାଣିତରାରେ ମଧ୍ୟ ନିଳାଞ୍ଚଳ ପ୍ରଧାନ,ପୀତାମ୍ବର ରାଉତ,ଦିବାକର ସାମନ୍ତରା,ଅନିଲ ପ୍ରଧାନ,ବିନୋଦ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ସାଇ ଭଜନ ସହ ନଗର ପରିକ୍ରମା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ