ବିଲରେ ଗଜା ହେଲା ଧାନ , ଚିନ୍ତାରେ ଚାଷୀ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ଶାସଙ୍ଗ, ଅକରୁଆ, ଆଦି ପଞ୍ଚାୟତରେ ଏକର ଏକର ବିଲର ଧାନ ସବୁ ଗଜା ହୋଇଯାଇଥିବା ଦେଖିବାକୁ ମିଳିଛି । ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବାଦ୍ୱାରା ବ୍ୟାପକ ଧାନ ଚାଷ କ୍ଷତିଗ୍ରସ୍ଥ ହୋଇଛି । ଅକରୁଆ ପଞ୍ଚାତର ଘେଷରାପଦା, ଶାସଙ୍ଗ ପଞ୍ଚାୟତର ଅସିଆ, ବଡତିରା, ଛେନାପଦି ପ୍ରଭୃତି ଗ୍ରାମରେ ଏକର ଏକର ଜମିରେ ପାଚିଲା ଧାନ ସବୁ ଗଜା ହୋଇ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନାର କେନାଲ ଯାଇଥିବାବେଳେ ଆସିଆ, ବଡତିରା ନିକଟରେ ପାହାଡ ନିସ୍କାସନ ପାଇଁ ସେପରି କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଗତ ଲଘୁଚାପ ବର୍ଷା ଦ୍ୱାରା ଘୋଷରାପଦା, ଅସିଆ, ଛେନାପଦି ପ୍ରଭୃତି ଗ୍ରାମର ଏକର ଏକର ଜମି ପାଣିରେ ବୁଡି ରହିଥିଲା । ଫଳରେ ସେହିପାଣିରେ ଧାନ ସବୁ ପଡିଯାଇ ଏବେ ଗଜା ହେଲାଣି । ବିଲ ଗୁଡିକରେ ଆଣ୍ଠୁଏ ଉଚ୍ଚାର ପାଣି ଥିବାରୁ ନାଁ ଧାନ କାଟି ହେଉଛି ନା ଅମଳ କରି ହେଉଛି । ଏ ପରିସ୍ଥିତିରେ ଚାଷୀମାନେ କଣ କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ଏପରିକି ଯେତିକି ଖର୍ଚ୍ଚ କରିଥିଲେ ସେତିକି ପାଇବା ଚାଷୀଙ୍କ ପକ୍ଷେ ସମ୍ଭବପର ନୁହଁ ବୋଲି ଅଜୟ ପାତ୍ର, ଶତଦଳ ନାୟକ, ଜଗବନ୍ଧୁ ବେହେରା, ଘନ୍ୟାାମ ପାତ୍ର, ନରହରି ପାତ୍ର, ରାମଚନ୍ଦ୍ର ବେହେରା, ମକରଧ୍ୱଜ ଜେନା, ଗୌରାଙ୍ଗ ଯେନା, ବାଜୁ ଯେନା, ରାଧୁଆ ଯେନା, ଗଗନ ବେହେରା, ରାଗକିଶୋର ବେହେରା, କୃଷ୍ଣ ଚନ୍ଦ୍ର ବେହେରା, ଗଣେଷ ବାରିକ, କରୁଣାକର ବାରିକ, ରବି ମହାକୁଡ, ଉଗ୍ରସେନ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ତୁରନ୍ତ ତହସିଲ ଓ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୁରଣ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ