ବିଳମ୍ବିତ ରାତିରେ ବୃଦ୍ଧଙ୍କୁ ଆକ୍ରମଣ ଥାନାରେ ଅଭିଯୋଗ
ନାଉଗାଁ,:ନାଉଗାଁ ଥାନା ଅନ୍ତର୍ଗତ ନୁଆଗାଁ ପଂଚାୟତ ନୁଆଗାଁ ଗ୍ରାମର ମଙ୍ଗୁଳିଆକଂଟାରେ ସୋମବାର ବିଳମ୍ବିତ ରାତିରେ ଜୈନିକ ବୃଦ୍ଧ ବାହାରକୁ ଯାଇଥିବା ବେଳେ କେହି ଜଣେ ଦୁବୃତ ମରାଣାତ୍ମକ ଆକ୍ରମଣ କରିଥିବା ବୃଦ୍ଧର ପତ୍ନୀ ରତନି ସାହୁ ମଙ୍ଗଳବାର ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜଣାଯାଇଛି । ଅଭିଯୋଗ ମୁତାବକ ରତନିଙ୍କ ସ୍ୱାମୀ ଶରତ ଚନ୍ଦ୍ର ରାତିରେ ବାହାରକୁ ପରିସ୍ରା କରିବା ପାଇଁ ଯାଇଥିଲେ । ସେହି ସମୟରେ କେହି ଜଣେ ଦୁବୃତ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ । ସେ ଚିକ୍ରାର କରିବାରୁ ରତନି ବାହାରକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶରତକୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକଙ୍କ ସହାୟତାରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ସେ କଟକ ବଡ ମେଡିକାରେ ଚିକିତ୍ସିତ ହେଉଥିବା ଅଭିଯୋଗରେ ଦର୍ଶାଯାଇଛି । ଆକ୍ରମଣର କାରଣ ଅଭିଯୋଗରେ ଅସ୍ପଷ୍ଟ ଥିବା ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟରେ ପୋଲିସ ପକ୍ଷରୁ ଅନୁସନ୍ଧାନୀ କୁକୁର ସାହାର୍ଯ୍ୟରେ ତଦନ୍ତ କରାଯାଇଥିବା ବେଳେ ଉକ୍ତ କୁକୁର ଶରତଙ୍କ ଘର ଚାରିପାଖ ବୁଲିବା ସହିତ ଘର ଭିତରକୁ ଯିବାକୁ ନେଇ ମଧ୍ୟ ପାଖ ଲୋକ କିଏ ଆକ୍ରମଣ କରିଥାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ସୂଚନା ଥାଉକି ଶରତ ସେ ଜଣେ ବ୍ୟବସାୟୀ ଅଟନ୍ତି । ତାଙ୍କର ସିମେଂଟ ଦୋକାନ ସହିତ ଟ୍ରକ ଓ ଅନ୍ୟାନ୍ୟ ଗାଡି ମଧ୍ୟ ରହିଛି । ସେ ଜଣେ ପ୍ରତିଷ୍ଟିତ ବ୍ୟବସାୟୀ ହୋଇଥିବାରୁ କିଛି ଦୃୁବୃର୍ତ ତାଙ୍କ ଠାରୁ ମାସିକି ବଟି ଆକାରରେ ଚାନ୍ଦା ନେଉଥିବା ବେଳେ କିଛି ମାସ ହେବ ଚାନ୍ଦା ପାଇନଥିବାରୁ ଏହିପରି କରିଥାଇ ପାରନ୍ତି ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି । ଥାନା ପକ୍ଷରୁ ତଦନ୍ତ ଜାରୀ ରହିଥିବା ବେଳେ କିଏ ଓ କାହିଁକି ଆକ୍ରମଣ କରିଛି ତାହା ସ୍ପଷ୍ଟ କରାଯାଇନାହିଁ । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ୧୪୧/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ସୂଚନା ଦେଇଛନ୍ତି ।