ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ବିଶ୍ୱନାଥ ଆଜ୍ଞାଙ୍କ ୧୦୬ତମ ଜନ୍ମୋତ୍ସବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ବନବାସୀ ସେବା ସମିତିର ପ୍ରାଣପ୍ରତିଷ୍ଠାତା ତଥା, ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଯମୁନାଲାଲ ବଜାଜ ସମ୍ମାନ ବିଜୟୀ, ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ(ଆଜ୍ଞା)ଙ୍କ ୧୦୬ତମ ଜନ୍ମୋତ୍ସବ ସ୍ଥାନୀୟ ବନବାସୀ ସେବା ସମିତି କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବନବାସୀ ସେବା ସମିତିର ସଭାପତି ଲାଲ୍‌ନନ୍ଦ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା , ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୁରକ୍ଷା ଅଧିକାରୀଣି ଏସ ଗାୟତ୍ରୀ, ସିଡିପିଓ ଅନିତା ଦାସ, ବନବାସୀ ସେବା ସମିତିର ସମ୍ପାଦକ ଉର୍ସବ ଚନ୍ଦ୍ର ଜେନା, ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସମାଜସେବୀ ଟଙ୍କଧର ପରିଡା, ପୁଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧକ୍ଷ ଡ ମଧୁସୁଦନ ମାହାପାତ୍ର, ଶିକ୍ଷୟତ୍ରୀ ସସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥାଇ ସ୍ୱର୍ଗତ ଆଜ୍ଞାଙ୍କ ସ୍ମୃତିଚାରଣ କରିବା ସହ ବାଲିଗୁଡାରେ ବନବାସୀ ସେବା ସମିତି କରି ଅନାଥ ଅସହାୟ ମାନଙ୍କୁ ରଖି ସେମାନଙ୍କୁ ପାଠପଡାଇବା ସହ ଜରାଶ୍ରମ, ମୁକବଧିର ପିଲା ମାନଙ୍କୁ ଶିକ୍ଷା ଦାନ ଆଦି କରିଛନ୍ତି ବୋଲି ଆଲୋଚନା କରିଥିଲେ ।୨୦୨୧ ମସିହାରେ ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ ନମ୍ବର ରଖିଥିବା ଅନୁଷ୍ଠାନର ଛାତ୍ର ସରୋଜ ନାୟକଙ୍କୁ ପୁରଷ୍କାର ପ୍ରଦାନ, ଓ ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି । ଉଦଘାଟନି ଓ ଉଦଯାପନି ସଙ୍ଗିତ ଅନୁଷ୍ଠାନର ଚାତ୍ରୀ ମାନେ ଗାନ କରିଥିଲେ । ଶେଷରେ ସୁପ୍ରିୟା ପରଭିନ୍ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନର ଅନ୍ତେବାସୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ