ସ୍ୱାଧୀନତା ଦିବସରେ ସମୀର ଟିଭିଏସ ପକ୍ଷରୁ ହେଲମେଟ୍ ସଚେତନତା

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ) :ଦୁହୁରିଆସ୍ଥିତ ସମୀର ଟିଭିଏସ ପକ୍ଷରୁ ସୋରୁମ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଦୁହୁରିଆ ବଜାର କମିଟି ସଭାପତି ଅନାମ ଚରଣ ମହାନ୍ତି ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ସମ୍ବାଦିକ ଚିତ୍ତରଞ୍ଜନ ଦାସ ଯୋଗଦେଇ ଆମର କଷ୍ଟଲବ୍ଧ ସ୍ୱାଧୀନତାର ମୁଲ୍ୟବୋଧକୁ ହୃଦୟଙ୍ଗମ କରି ସେହି ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସର୍ବଦା ସମସ୍ତେ ମନେରଖିବାକୁ ମତବ୍ୟକ୍ତ କରିଥିଲେ। ସମାଜସେବୀ ସୁରେଶ ବେହେରା ଉପସ୍ଥିତ ଥରଲେ। ଏହି ଅବସରରେ ସମୀର ଟିଭିଏସ ପକ୍ଷରୁ ଏକ ସଡକ ସଚେତନତା ରାଲି ଦୁହୁରିଆସ୍ଥିତ ସଂସ୍ଥା ନିକଟରୁ ବାହାରି ସହର ମଧ୍ୟ ଦେଇ ଇଛାପୁର ରଥଦାଣ୍ଡକୁ ଯାଇ ସେଠାରୁ ଫେରି ଚାନ୍ଦୋଳ ପର୍ଯ୍ୟନ୍ତ ଯାଇଥିଲା। ରାଲିରେ ଯାଇଥିବା କର୍ମଚାରୀମାନେ ବାଟରେ ଲୋକମାନଙ୍କୁ ଦୁଇ ଚକିଆ ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧନ୍ତୁ ଓ ଜୀବନ ସୁରକ୍ଷିତ ରଖନ୍ତୁ ବୋଲି ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ସମୀର ଟିଭିଏସ ପକ୍ଷରୁ ଦୁର୍ଯ୍ୟୋଧନ ମହାରଣା, ଲକ୍ଷ୍ମୀକାନ୍ତ ବେହେରା, ଅନିଜା ଜେନା, ବଳରାମ ସେଠୀ, ସୁବାସ ସ୍ୱାଇଁ, ନିକୁଞ୍ଜଶେଖର ନାୟକ, ଅଭିଜିତ ରାଉତ, ଶୁଭଶ୍ରୀ ନାୟକ, ରିତାଞ୍ଜଳି ସ୍ୱାଇଁ, ଭାନୁପ୍ରିୟା ସେଠୀ, ସୁଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ