ଦୁର୍ଦ୍ଦାନ୍ତ ଖଳନାୟକଙ୍କ ସାମ୍ନା କରିବେ ବାବୁସାନ୍ !

ଓଲିଉଡ ଓ ଯଲିଉଡର ଜଣେ ଚର୍ଚ୍ଚିତ ଖଳନାୟକ ହେଲେ ରାଇମୋହନ ପରିଡ଼ା । ସେ ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ “ପକାକମ୍ବଳ ପୋତ ଛତା’ ଜରିଆରେ ଓଡ଼ିଆ ସିନେମାରେ ପାଦ ଥାପିଥିଲେ । ଏଥିରେ ରାଇମୋହନଙ୍କୁ ମିଳିଥିଲା ଏକ ଗୁଣ୍ଡାର ଚିତ୍ର ।
“ପକାକମ୍ବଳ ପୋତ ଛତା’ପରେ ରାଇମୋହନଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି । ଏଥିମଧ୍ୟରେ ରହିଛି କୋଟିଏ ମଣିଷ ଗାଟିଏ ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମା’ ଡର କାହାକୁ, ଲକ୍ଷ୍ମୀ ପ୍ରତିମା, ମେଣ୍ଟାଲ୍ ଏବଂ “ତୁ ମୋ’ ସୁନାଚଢେଇ’ଆଦି ସମେତ ୫୦ରୁ ଅଧିକ ଓଡ଼ିଆ ସିନେମା ।
ରାଇମୋହନ ଏବେ ପୁଣି ଓଲିଉଡରେ ସକ୍ରିୟ ହାଇଛନ୍ତି । ହଁ ସେ ଏବେ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି, ତା’ର ଟାଇଟଲ୍ ହେଲା “ମିଷ୍ଟର ମଜନୁ’ । ଏହି ସିନେମାରେ ରାଇମାହନଙ୍କୁ ପ୍ରଥମ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ