ବିଶ୍ୱର ସବୁଠାରୁ ମନ୍ଥର ଘୋଡ଼ାଦୌଡ଼

ସାଧାରଣତଃ ଘୋଡ଼ା ଦୌଡ଼ ବେଗ ସହ ସଂଯୁକ୍ତ କ୍ରୀଡ଼ା ବା ମନୋରଞ୍ଜନ । ଏଥିପାଇଁ ନାନା ବାଜି ଲାଗେ । ଅନୁମାନ ଲଗାଯାଏ । କେହି କେହି ଏଥିରୁ ବିପୁଳ ପରିମାଣର ଅର୍ଥ କମାଉଥିବା ବେଳେ କେହି କେହି ସର୍ବସ୍ୱାନ୍ତ ମଧ୍ୟ ହୁଅନ୍ତି । ତେବେ ଜାପାନ ଅନ୍ତର୍ଗତ ହୋକାଇଡୋ ଦ୍ୱୀପରେ ଘୋଡ଼ାଙ୍କ ମଧ୍ୟରେ ଧୀର ଦୌଡ଼ ଅନୁଷ୍ଠିତ ହୁଏ, ଯାହା ଏକ ବିରଳ କ୍ରୀଡ଼ା ପଦବାଚ୍ୟ । ଏଥିରେ ବାନେଇ ବା ବାନବା ଘୋଡ଼ାଙ୍କୁ ଦୌଡ଼ାଯାଏ । ଏହି ଘୋଡ଼ା ବେଶ ଶକ୍ତିଶାଳୀ ଏବଂ ଅନ୍ୟ ଘୋଡ଼ାଙ୍କ ତୁଳନାରେ ଅଧିକ ଭାର ବହନ କରିବାକୁ ସକ୍ଷମ । ବାନେଇ ଘୋଡ଼ା ଓଜନରେ ବାର ଶହ କିଲୋଗ୍ରାମ ପର୍ଯ୍ୟନ୍ତ ବଢ଼ିଥାଏ । ଏହା ଏକ ସଙ୍କର ଜାତୀୟ ଘୋଡ଼ା । ଜାପାନୀମାନେ ଏକଦା ଫ୍ରାନ୍ସ ଓ ବେଲଜିୟମ୍‌ର ସ୍ଥାନୀୟ ଅଶ୍ୱ ମଗାଇ ସେମାନଙ୍କ ମଧ୍ୟରେ ପ୍ରଚଳନ କରାଇ ଏହି ସଙ୍କର ଘୋଡ଼ା ସୃଷ୍ଟି କରିଥିଲେ । କ୍ରମେ ଏହା ସମ୍ପୂର୍ଣ୍ଣ ଜାପାନୀ ଘୋଡ଼ା ହୋଇଯାଇଥିବା ଜଣାଯାଏ । ଧୀର ଘୋଡ଼ା ଦୌଡ଼ରେ ସେମାନଙ୍କ ଏକ ଟନ୍ ପର୍ଯ୍ୟନ୍ତ ଭାର ଟାଣି ଅଗ୍ରସର ହେବାକୁ ପଡ଼େ । ପୁଣି, ପଥରେ ଏକାଧିକ ପ୍ରତିବନ୍ଧକ ସାମନା କରିବାକୁ ହୁଏ । ତେଣୁ ସ୍ୱାଭାବିକ ଭାବେ ବେଗ ଧୀର ହୋଇଥାଏ । ଏହା ଜାପାନର ଏକ ଲୋକପ୍ରିୟ ମନୋରଞ୍ଜନ । ଦର୍ଶକ ଟିକେଟ କାଟି ଉପଭୋଗ କରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ