ବ୍ଲକରେ ଶତକଡା ୭୭.୫୩ ମତଦାନ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକରେ ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତକଡା ୭୭.୫୩ ମତଦାନ ହୋଇଥିବା ଜଣାଯାଇଛି । ବ୍ଲକର ୨୫ଟି ପଞ୍ଚାୟତରେ ମୋଟ ୧ ଲକ୍ଷ ୨୫ ହଜାର ୨୧୮ ଜଣ ଭୋଟରଙ୍କ ମଧ୍ୟରୁ ୯୭ ହଜାର ୮୩ ଜଣ ଭୋଟର ମତଦାନ କରିଛନ୍ତି । ଆଡିଆ ପଞ୍ଚାୟତରେ ଶତକଡା ୭୬.୮୫, ଅଣିଜୋରେ ୭୩.୩୫, ବଡମହିଷଗୋଠରେ ୮୧.୫୯, ବଡବର୍ଚ୍ଚିକୟାଁରେ ୭୮.୪୭, ବିଟିପୁରରେ ୮୨.୫୫, ବନ୍ତରେ ୭୮.୭୭, ବସନ୍ତିଆରେ ୭୫.୩୯, ଛୟାଳସିଂରେ ୭୮.୫୯, ଚାରିଗାଁରେ ୭୪.୮୯, ଗଣିଜାଙ୍ଗରେ ୭୬.୨୦, ଗୋପିନାଥପୁରରେ ୭୬.୭୦, ଗୋବିନ୍ଦପୁରରେ ୭୪.୭୭, କାଦବରାଙ୍ଗରେ ୭୯.୮୦, କେନ୍ଦୁଆପଦାରେ ୭୭.୧୮, ମହାନ୍ତିପଡାରେ ୭୫.୧୫, ନିଳୋକରେ ୭୯.୫୧, ଓଡଙ୍ଗରେ ୭୭.୭୯, ପଧାନପଡାରେ ୮୦.୩୧, ପୁରୁଷଣ୍ଢରେ ୭୮.୧୪, ରାମଚନ୍ଦ୍ରପୁରରେ ୭୯.୯୬, ରାମକୃଷ୍ଣପୁରରେ ୭୮.୬୦, ରାମପୁରରେ ୭୫.୧୦, ସେଣ୍ଢତୀରାରେ ୭୬.୨୧, ଟିଲୋରେ ୭୭.୧୫, ତୋଡଗାଁରେ ୭୯.୧୭ ମତଦାନ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ