ବିଷୁବ ମିଳନ ଓ ଓଡ଼ିଆ ନବ ବର୍ଷ ଉତ୍ସବ ପାଳନ
ବ୍ରହ୍ମପୁର, (ଅନିଲ କୁମାର ): ରାଜ୍ୟର ସର୍ବ ପୁରାତନ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗଞ୍ଜାମ କଳାପରିଷଦରେ ବିଷୁବମିଳନ ଓଡ଼ିଆ ନବବର୍ଷ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରାରମ୍ଭରେ ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀ ଦେବେନ୍ଦ୍ର ନାଥ ନନ୍ଦ, ରାମନାରାୟଣ ପ୍ରଧାନ, ମେଜର ରମା ରମଣ ପାଢ଼ୀ, ଯାମିନୀକାନ୍ତ ଦାସ, ସରୋଜିନୀ ସାମଲ, ରାଧା କୃଷ୍ଣ ପରିଚ୍ଛା, ବରିଷ୍ଠ ସଦସ୍ୟ ବାସୁଦେବ ରଥ, ରଜନୀ ପାଠୀ ପ୍ରମ୍ମୁଖ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ l ସମ୍ପାଦକ ଇଂ ମନୋଜ ଦଣ୍ଡପାଟ୍ଟ ପରିଷଦ ର ନବ ନିର୍ବାଚିତ କର୍ମକର୍ତାଙ୍କ ପରଚୟ ପ୍ରଦାନ କରିଥିଲେ l ସଭାପତି କେଦାର ଆପ୍ତା, ଉପସଭାପତି ସୂର୍ଯ୍ୟ କାନ୍ତ ପାତ୍ର, ସଭାନେତ୍ରୀ ସ୍ଵର୍ଣ ପ୍ରଭା ପାଢ଼ୀ, ସାଧାରଣ ସମ୍ପାଦକ ଇଂ ଅପୂର୍ବ ପଟ୍ଟନାୟକ, କୋଷାଧକ୍ଷ ଗଗନ ଚାନ୍ଦ ପଟ୍ଟନାୟକ, କାର୍ଯ୍ୟ କାରିଣୀ କମିଟି ସଦସ୍ୟ ଅଶୋକ କୁମର ଜେନା, ସତ୍ୟ ମହାରଣା, ଡ଼8 ସିଦ୍ଧାର୍ଥ ଶଙ୍କର ପାଢ଼ୀ, ବରିଷ୍ଠ ସଦସ୍ୟ ସୁବୋଧ ପଟ୍ଟନାୟକ ଉତ୍ସବ ପାଳନ ର ଐତିହ୍ୟ ଓ ତାପ୍ତର୍ଯ୍ୟତା ଉପରେ ନିଜ ନିଜର ବ୍ୟକ୍ତବ୍ୟ ରଖିଥିଲେ l ଅନୁଷ୍ଠାନ ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେଉତ୍କଳ ଜନନୀ ଓ ସ୍ୱାଗତ ସଂଗୀତ ପରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଆରମ୍ଭ ହୋଇଥିଲା l ଅନୁଷ୍ଠାନ ର ଓଡିଶୀ ନୃତ୍ୟ ବିଭାଗର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ, ପରିଷଦର ବରିଷ୍ଠ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଆଧୁନିକ ସଂଗୀତ ପରିବେଷଣ କରାଯାଇଥିଲା l ଚିତ୍ରକଳା ବିଭାଗ ଛାତ୍ର /ଛାତ୍ରୀ ମାନଙ୍କ ପ୍ରସ୍ତୁତ ଚିତ୍ର କଳା ପ୍ରଦଶନ କରାଯାଉଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅନ୍ୟତମ ସମ୍ପାଦକ ଇଂ ଅଭୟେନ୍ଦୁ ଶେଖର ପଟ୍ଟନାୟକ ପରିଚାଳନା କରିବା ସ୍ଥଳେ ନୀଳାଞ୍ଚଳ ବେହେରା, କୃଷ୍ନ ପଣ୍ଡା (ଅଧିବକ୍ତl), ଭବାନୀ ଚରଣ ମିଶ୍ର, ଅଶ୍ୱିନୀ ମହାପାତ୍ର,ଶ୍ରୀ ମିହିରି କୁମାର ପାଣିଗ୍ରାହୀ,ଶାନ୍ତନୁ କୁମାର ମିଶ୍ର, ଅମୀୟ କୁମାର ତ୍ରିପାଠୀ (ପି. ଆର. ଓ),ଶୁଭ୍ର ସୌରଭ, ଗୁରୁ ବାଳଗୋପାଳ ଶତପଥୀ, ଗୁରୁ ଗନ୍ଧର୍ଭବେହେରା,ଗୁରୁ ପୀତବାସ ନାୟକ ପ୍ରମ୍ମୁଖ ଗୀତ ସଂଗୀତ ଓ ଚିତ୍ର ପ୍ର ଦର୍ଶନ ରେ ସହଯୋଗ କରିଥିଲେ l


