ବିସ୍ପୋରଣରେ ନାବାଳକ ମୃତ
ନୀଳଗିରି ,(ଯୁଗାବ୍ଦ ନ୍ୟୁଜ୍) : ବଳରାମପୁର ଗ୍ରାମରେ ଚାଲିଥିଲା ଧୁମଧାମରେ ବାହାଘର । ବାଣ ରୋଷଣୀ ସହ ଡିଜେର ତାଳେ ତାଳେ ନାଚ କରୁଥିଲେ ବରଯାତ୍ରୀ ସହ ସାହି ସାଙ୍ଗ ସାଥି .ବନ୍ଧୁ ଓ ବାନ୍ଧବ । ବିବାହ ସଂମ୍ପର୍ଣ୍ଣ ହୋଇଯାଇଥିଲା । କିନ୍ତୁ ବାହାଘର ଧୁମଧାମରେ ପାଳିତ ହେଲା ସତ କିନ୍ତୁ ଗ୍ରାମର କିଛି ସ୍ଥାନରେ ପଡିଥିଲା କିଛି ଅଫୁଟା ବାଣ । ସେହି ଅଫୁଟା ବାଣକୁ ଫୁଟାଇବାକୁ ଚେଷ୍ଟା କଲା ବେଳେ ଜଣେ ନାବାଳକର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବଳରାମପୁର ଗ୍ରାମରେ ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।