ବୁଗୁଡାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡ଼ାରେ ଅଗଷ୍ଟ ୯ ତାରିଖ ଦିନ ବିଶ୍ୱ ଆଦିମ ଆଦିବାସୀ ଦିବସ ଆଦିବାସୀ ମହାସଭା ଓ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ପକ୍ଷରୁ ପାଳନ କରାଯାଇଛି। ବୁଗୁଡା ବ୍ଲକର ଆଦିବାସୀ ବହୁଳ ଅଞ୍ଚଳ ନିମପଲ୍ଲୀ, ବେଢା଼ଖାଲ, ସମଲେଇ ପ୍ରଭୃତି ଅଞ୍ଚଳରେ ଆଦିବାସୀ ନେତା ଜୟରାମ ନାୟକ, ଗୁରୁ ଜାନୀ, ଉମା ଜାନୀ, ଶ୍ୟାମ ଜାନୀ, ଦଣ୍ଡପାଣି ପ୍ରଧାନ, ବଳଭଦ୍ର ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ ପ୍ରମୁଖଙ୍କ ନେତୃତ୍ୱରେ ବିଶ୍ଵ ଆଦିବାସୀ ଦିବସ ପାଳନ ହେବା ସହ ବିଭିନ୍ନ ଦାବୀ ଉପସ୍ଥାପନ କରିଛନ୍ତି। ପ୍ରକାଶ ଥାଉକି ୧୯୮୨ ମସିହା ଅଗଷ୍ଟ ୯ ତାରିଖ ଦିନ ଜେନେଭା ଠାରେ ମିଳିତ ଜାତିସଂଘର ଆଦିବାସୀ କ୍ରିୟାନୁଷ୍ଠାନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ପୃଥିବୀରେ ବାସ କରୁଥିବା ୪୦ କୋଟିରୁ ଉର୍ଦ୍ଧ୍ବ ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା। ସେଥିପାଇଁ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଆଦିବାସୀ ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱ ପଞ୍ଚାୟତରେ ଦୀର୍ଘ ୩୮ ବର୍ଷ ହେଲା ଆଦିବାସୀଙ୍କ ମଙ୍ଗଳ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆଦିବାସୀମନେ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରି ନାହାଁନ୍ତି। ବିଶ୍ୱ ଆଦିବାସୀ ଦିବସରେ  କରୋନା ମହାମାରୀ ସମୟରେ ଆଦିବାସୀ ଓ କୃଷକ ମାନଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା, କମ୍ପାନୀମାନେ ଗ୍ରହଣ କରିଥିବା ଚାଷ ଜମି ଓ ଆଦିବାସୀଙ୍କ ଜମିକୁ ବାଦ ଦେବା, କାମ୍ପା ନାମରେ ଜଙ୍ଗଲ ଜମିକୁ ଆଦିବାସୀଙ୍କ ଠାରୁ ଛଡାଇ ନେବା ବନ୍ଦ କରିବା, ଜନବିରୋଧୀ ୩ ଟି କୃଷି ଅଧ୍ୟାଦେଶକୁ ବାତିଲ କରିବା ବିଭିନ୍ନ ଦାବୀ ଜଣାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପ୍ରେରଣ କରଥିବା ଜଣାପଡ଼ିଛି। ବୁଗୁଡା ବ୍ଲକରେ ଆଦିବାସୀ ଓ କୃଷକଙ୍କ ଉନ୍ନତି ପାଇଁ ବାମପନ୍ଥୀ ଯୁବ ନେତା ଶଙ୍କର ସାହୁ ଆଦିବାସୀଙ୍କୁ ସଂଗଠିତ କରି ସଂଗ୍ରାମ ଚଳାଇ ଥିବା ବେଳେ ଆଦିବାସୀ ଓ ହରିଜନଙ୍କ ଉନ୍ନତି ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଇଣ୍ଡିଆ ର ଡ଼ାଇରେକ୍ଟର ଡ଼. କୁମୁଦ ଚନ୍ଦ୍ର ବେହାର ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳିଛି। ତଥାପି ଆଦିବାସୀଙ୍କ ଉନ୍ନତି ହୋଇ ନଥିବା ଯୋଗୁଁ ସରକାରୀ ସ୍ତରରେ ଉଦ୍ୟମ ହେବ ଆବଶ୍ୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ