ବୃକ୍ଷରୋପଣ ସହ ପରିବେଶ ସମ୍ବନ୍ଧୀୟ ସଚେତନତା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ୟୁନିଟ୍‌-୯ ସ୍ଥିତ କାର୍ଯ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସରେ ଫାଉଣ୍ଡେସନର ସଂପାଦିକା ତଥା ସମାଜସେବିକା ସମିତା ମହାରଣା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ପିଜୁଳି, ଟଗର ତଥା ବିଭିନ୍ନ ପ୍ରକାର ବୃକ୍ଷରୋପଣ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣା ଯୋଗଦେଇ କହିଲେ ଯେ, ସପ୍ତାହେ ବ୍ୟାପୀ ରାଜଧାନୀର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ପରିବେଶ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହେବ । ଏହି ଅବସରରେ ଅନୁଷ୍ଠାନର କୋଷାଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ମତବ୍ୟକ୍ତ କରି କହିଲେ ଯେ, ବୃକ୍ଷ ହିଁ ଜୀବନ ତଥା ସମସ୍ତେ ନିଜ ନିଜ ସ୍ତରରେ ବୃକ୍ଷ ରୋପଣ କରିବା ସହିତ ପରିବେଶ ପ୍ରତି ସଚେତନ ହେବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ସଭ୍ୟ ପ୍ରଶାନ୍ତ କୁମାର ବାରିକ, ସମାଜସେବୀ କିଶୋର କୁମାର ମୁଦୁଲି, ନାରାୟଣ ଖୁଂଟିଆ ପ୍ରମୁଖ ସହଯୋଗ କରିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ