ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯାଗ, ଅଭିଯୁକ୍ତ ଫେରାର
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ନନ୍ଦିପଦା ଥାନା ପନ୍ଦାଡୋ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଦୁଷ୍କର୍ମ ହୋଇଥିବା ନେଥ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚାଇଛି । ଅଭିଯୋଗରୁ ଜଣାଯାଇଛି ଯେ ଜଣେ ୬୫ବର୍ଷୀୟ ବୃଦ୍ଧା ଗତ ୩ତାରିଖ ରାତି ୯ଟା ସମୟରେ ପିଣ୍ଡାରେ ବସିଥିôବା ସମୟରେ ସେହି ଗ୍ରାମର ସୁକୁଟି ଯେନା ନାମକ ଜଣେ ଯୁବକ ତାଙ୍କୁ ରାସ୍ତାକଡକୁ ଟେକିନେଇ ଦୁଷ୍କର୍ମ କରିଥିଲା । ଏନେଇ ବୃଦ୍ଧା ଜଣକ ଘରେ କହିବାପରେ ଗ୍ରାମବାସୀମାନେ ନନ୍ଦିପଦା ଥାନାକୁ ଯାଇ କିଛି ଯୁବକଙ୍କ ଆତଙ୍କରାଜ ନେଇ ଅଭିଯୋଗ କରିବା ସହିତ ବୃଦ୍ଧାଙ୍କ ଦିଅର ନନ୍ଦିପଦା ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲା । ମାତ୍ର ପୁଲିସ ଏହାକୁ ଗୁରୁତ୍ୱ ଦେଇନଥିଲା । ଗତକାଲି ବିଳମ୍ବିତ ରାତିରେ ସୁକୁଟି ଯେନା ପୁନର୍ବାର ଉକ୍ତ ବୃଦ୍ଧାଙ୍କ ବାଡ ଭାଙ୍ଗି କବାଟ ପିଟିବା ସହିତ ପ୍ରବଳ ପାଟିତୁଣ୍ଡ କରି ଜୀବନରେ ମାରିଦେବାକୁ ଧମକ ଚମକ ଦେଇଥିଲା । ଗାଁ ଲୋକମାନେ ଏକତ୍ରିତ ହୋଇ ବାହାରିବାରୁ ସୁକୁଟି ଦୌଡି ପଳାଇଥିଲା । ଏନେଇ ଆଜି ଗାଁର ମହିଳାମାନେ ଏକତ୍ରିତ ହୋଇ ଆନନ୍ଦପୁର ଏସଡିପିଓଙ୍କୁ ଜଣାଇବାପରେ ଏସଡିପିଓଙ୍କ ନିର୍ଦ୍ଦେଶରେ ନନ୍ଦିପଦା ପୁଲିସ ଗାଁରେ ପହଞ୍ଚି ବୃଦ୍ଧଙ୍କୁ ନେଇ ଡାକ୍ତରୀ ପରୀକ୍ଷା କରିବା ସହିତ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବାରୁ ଗିରଫ କରାଯାଇ ପାରିନଥିବା ପୁଲିସ କହିଛି ।