ବେଙ୍ଗାଲୁରୁର‘ଜୟ ହୋ’କାର୍ଯ୍ୟକ୍ରମରେ ୪ଶହ ଓଡ଼ିଶା ରୋଟରୀ ପ୍ରତିନିଧିଙ୍କ ଅଂଶଗ୍ରହଣ

ବାଲେଶ୍ୱର, (ସରୋଜ ପଣ୍ଡା):ରୋଟାରୀ ଇଣ୍ଟରନ୍ୟାସନାଲ ଆନୁକୂଲ୍ୟରେ ବେଙ୍ଗଲୁରୁରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ସମ୍ମିଳନୀ ‘ଜୟ ହୋ’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲାରୁ ୪ ଶହରୁ ଉର୍ଦ୍ଧ୍ୱ ରୋଟାରୀ ପ୍ରତିନିଧି ଯୋଗ ଦେଇଥିଲେ । ରୋଟାରୀର ୨୦୨୩-୨୪ ବର୍ଷ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ସେବା ପ୍ରକଳ୍ପ ପରିଚାଳନା ସମ୍ପର୍କିତ ତାଲିମ ଏଥିରେ ପ୍ରଦାନ କରାଯାଇଥିଲା । ପ୍ରଥମ ମହିଳା ଜିଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି (୭୬), ଜିଲା ପ୍ରଶିକ୍ଷକ କୁମାର ମହାନ୍ତି, ଜିଲା ସଚିବ ଆଶୁତୋଷ ରଥ, ଜିଲା ପ୍ରକଳ୍ପ ଚେୟାରମ୍ୟାନ ତନ୍ମୟ ମହାନ୍ତି, ବିଧାନସଭା ଅଧ୍ୟକ୍ଷ ବିଜୟ କୁମାର ପତି ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସୁବ୍ରତ ବାଗ୍‌ଚି ଏଥିରେ ଯୋଗ ଦେଇ ‘ନିରନ୍ତର ଉଦ୍ଭାବନରେ ନେତୃତ୍ୱ’ ସମ୍ପର୍କରେ ଆଲୋକପାତ ସହ ସର୍ବୋତ୍ତମ ଅଭ୍ୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହ ରୋଟାରୀ ସମସ୍ତଙ୍କ ପାଇଁ ଏକ ମାର୍ଗ ଦର୍ଶକ ପାଲଟିଛି ବୋଲି ସେ କହିଥିଲେ । ‘ଡିଆରଡିଏ’ର ମହାନିର୍ଦ୍ଦେଶକ ଡ. ବିନୟ କୁମାର ଦାସ, ହାଲ୍ ସିଇଓ ମିହିରକାନ୍ତି ମିଶ୍ର, ବିଏମଏଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ମାନସ ମହାନ୍ତି, ଟାଟା ଆୟନର ଗ୍ଲୋବାଲ ହେଡ଼ ଗୋପାଳ କୃଷ୍ଣ, ଆଇବିଏମ୍‌ର ସହଭାଗୀ ତୁଷାର ମିଶ୍ର, ୱିପ୍ରୋ ସିଇଓ କୁମାର ଆୟଷକାନ୍ତ,‘ରୋଡ଼ ସାଇନ’ର ଲେଖକ ପ୍ରଣବ ପାଣି, ଡିଭି ଆନାଲିଟିକ୍ସର ମୁଖ୍ୟ ଦେବେନ୍ଦ୍ର ରଥ, ବିଶିଷ୍ଟ ସାମ୍ବାଦିକ ରଞ୍ଜନ ଆଚାର୍ଯ୍ୟ, ଓଡ଼ିଶୀ କଳାକାର ସରିତା ମିଶ୍ର ଏବଂ ଭାରତର ବିଭିନ୍ନ କର୍ପୋରେଟରଙ୍କୁ ପ୍ରାଇଡ଼ ଅଫ୍ ଓଡିଶା ଏକ୍ସଲେନସ୍ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଓମକାର ରାୟଙ୍କ ଦ୍ୱାରା ଏକ ଷ୍ଟାର୍ଟଅପ ବ୍ରିଜର ଶୁଭାରମ୍ଭ କରାଯାଇଥିଲା । ଏହା ଦ୍ୱାର ଷ୍ଟାର୍ଟଅପଗୁଡ଼ିକୁ ଦ୍ରୁତ ପାଣ୍ଠି ମିଳିବା ସହ ଦ୍ରବ୍ୟର ବଜାର ପ୍ରବେଶ ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି । ସେହିପରି ଟ୍ରାନସପୋର୍ଟ ସିମ୍ପଲ୍‌ଏବଂ ଅଭିଜିତ ସାହୋ ଫାଷ୍ଟେକ୍ ଫ୍ୟାଶନର୍ ଜାସଦୀପ ସିଂଙ୍କ ସହ ଓଡ଼ିଶା ଷ୍ଟାର୍ଟଅପ ପ୍ରଦର୍ଶିତ ହୋଇଥିଲା । ବେଙ୍ଗୁଲୁରୁ ରୋଟାରୀ ଗଭର୍ଣ୍ଣର ଉଦୟ ଭାସ୍କର ଏବଂ ଶ୍ରୀନିବାସ ମୂର୍ତ୍ତି ଏଥିରେ ଯୋଗ ଦେଇ ଏହି ଭଳି ଅନନ୍ୟ କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି କହିଥିଲେ । ରୋଟାରୀ ଆନ୍ତର୍ଜାତିକ ନିର୍ଦ୍ଦେଶକ ୨୧-୨୨ କମଲ୍ ସାଙ୍ଗଭି ଏବଂ ଆନ୍ତର୍ଜାତିକ ନିର୍ଦ୍ଦେଶକ ମହେଶ କୋଟବାଗି ଉଦ୍‌ଘାଟନ ଉଦଯାପନୀ ସମାରୋହରେ ପୌରୋହିତ୍ୟ କରିବା ସହ ଡିଜି ଜୟଶ୍ରୀ ମହାନ୍ତିଙ୍କ ଦର୍ଶନ ଓ କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ